Masthead

ପିସିସି ସଭାପତି ପଦରୁ ହଟିଲେ କମଳନାଥ, ଜିତୁ ପଟୱାରୀଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିବା ପରେ ଏବେ ପରିବର୍ତ୍ତନ ମୁହାଁ ହୋଇଛି। ଦଳ କମଳନାଥଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ହଟାଇ ଜିତୁ ପଟୱାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାଛଡା ଉମଙ୍ଗ ସିଙ୍ଗାରଙ୍କୁ ବିରୋଧୀ ଦଳ ନେତା କରିଛି ଦଳ । ପଟୱାରୀ ଓ ଉମଙ୍ଗ ରାଜର ବରିଷ୍ଠ ନେତା କମଳନାଥ ଓ ଦିଗବିଜୟ ସିଂହଙ୍କ ଘୋର ବିରୋଧୀ ଭାବେ ଜଣାଶୁଣା । ଜିତୁ ପଟ୍ଟୱାରୀ ଏଥର ବିଧାନସଭା ନିର୍ବାଚନରେ ପରାଜୟ ବରଣ କରିଥିଲେ ।

୨୦୧୩ ଓ ୨୦୧୮ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସଭାପତି ହେବା ପରେ ଜିତୁ ପଟ୍ଟୱାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କମଳନାଥ । ୪୯ ବର୍ଷୀୟ ପଟୱାରୀ ରାଉ ସିଟରୁ ବିଧାୟକ ହୋଇଥିଲେ। ନିର୍ବାଚନ ବେଳେ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୧୮ରେ ସେ ଦ୍ୱିତୀୟ ଥର ପାଇଁ ଉକ୍ତ ଆସନରୁ ବିଧାନସଭାକୁ ଯାଇଥିଲେ।

ଦ୍ୱିତୀୟ ଥର ଜିତିବା ପରେ କମଲନାଥ ସରକାରରେ ସେ ଉଚ୍ଚ ଶିକ୍ଷା, ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ହୋଇଥିଲେ। ୨୦୧୮ରେ କମଲନାଥ ମଧ୍ୟପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ହୋଇଥିଲେ। ଏହି ସମୟରେ ପଟୱାରୀ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଥିଲେ। କମଲନାଥ ତାଙ୍କୁ ୨୦୨୦ ଏପ୍ରିଲ ମାସରେ ରାଜ୍ୟ ମିଡିଆ ସେଲ୍‌ ଅଧ୍ୟକ୍ଷ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ