Masthead

କଲବଲ କରୁଛି ପ୍ରବଳ ଥଣ୍ଡା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଲବଲ କରୁଛି ପ୍ରବଳ ଥଣ୍ଡା । ସପ୍ତାହେ ହେଲା ପ୍ରବଳ ଜାଡ଼ ଓ ହାଡ଼ଭଙ୍ଗା ଶୀତ ଅସ୍ତବ୍ୟସ୍ତ କରିପକାଇଲାଣି । ପ୍ରବଳ ଶୀତରେ ଓଡ଼ିଶା ଥରୁଥିବା ବେଳେ ଘୁ.ଊଦୟଗିରିରେ ତାପମାତ୍ରା ୩ ଡିଗ୍ରୀ ପାଖାପାଖି ରହୁଛି । ଶନିବାର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । କନ୍ଧମାଳ ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ସାଙ୍ଗକୁ ତୁଷାରପାତ ଦେଖିବାକୁ ମିଳିଛି । ଆଗାମୀ ସପ୍ତାହ ପର୍ୟ୍ୟନ୍ତ ଶୀତ ଲହରିରୁ ନାହିଁ ନିସ୍ତାର ।

ପାହାଡିଆ ଅଞ୍ଚଳରେ ୫ ଡିଗ୍ରି ତଳେ ରହିପାରେ ତାପମାତ୍ରା । ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ତଳ ମୁହାଁ ରହିବ ପାରଦ । ଭାରତୀୟ ପାଣିପାଗ ବିଜ୍ଞାନ ଏଭଳି ଆକଳନ କରିଛି । ସକାଳୁ ଘନ କୁହୁଡ଼ି ମଧ୍ୟ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି କରୁଛି ।ଶୁକ୍ରବାର ରାତିରେ ୧୬ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସରୁ କମ୍ ଥିଲା । ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ, ସେମିଳିଗୁଡ଼ା ୪.୬, ଫୁଲବାଣୀ ୫.୫, ଦାରିଙ୍ଗବାଡ଼ି ୬, କୋରାପୁଟ ୬.୫, ଚିପିଲିମା ୭.୮, ନବରଙ୍ଗପୁର ଓ ରାଉରକେଲା ୮, ଝାରସୁଗୁଡ଼ା ୮.୨, ଭବାନୀପାଟଣା ୮.୫, ଅନୁଗୁଳ ୯, କିରେଇ ୯.୨, ଢେଙ୍କାନାଳ, ରାୟଗଡ଼ା, ବୌଦ୍ଧ ଓ ସୁନ୍ଦରଗଡ଼ ୧୦ ଡିଗ୍ରୀ ରେକର୍ଡ ହୋଇଥିଲା ।

ସେହିପରି କେନ୍ଦୁଝରେ ୧୦.୨, ସମ୍ବଲପୁର ୧୧.୪, ହୀରାକୁଦ ୧୨.୨, ଭୁବନେଶ୍ୱର ୧୨.୬, ବାଲେଶ୍ୱର ୧୪.୨, ଗୋପାଳପୁର ୧୪.୩, ଚାନ୍ଦବାଲି ୧୪.୫, ପାରାଦୀପ ୧୪.୯ ଡିଗ୍ରୀ ଥିଲା । ରବିବାରଠାରୁ ଶୀତ ଲହରି ପ୍ରକୋପ ରହିବନି । ମାତ୍ର ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ପ୍ରବଳ ଜାଡ ଯୋଗୁଁ ନିଆଁ ପୋଇଁ ଲୋକେ ଶୀତ ଦାଉରୁ ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି. । ଏତେ ଥଣ୍ଡା ସତ୍ୱେ କିଛି ବ୍ୟକ୍ତି ବିଶେଷ ପ୍ରାତଃହ ଭ୍ରମଣରେ ମଧ୍ୟ ଯାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ