‘ଖତରୋଁ କି ଖିଲାଡି-୧୧’ର ବିଜେତା ହେଲେ ଅର୍ଜୁନ୍ ବିଜିଲାନୀ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସରିଛି ରୋହିତ୍ ସେଟ୍ଟୀଙ୍କ ଷ୍ଟଣ୍ଟ୍ ସୋ ‘ଖତରୋଁ କି ଖିଲାଡି-୧୧’ । ସୋ ର ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି ଅଭିନେତା ଅର୍ଜୁନ୍ ବିଜିଲାନୀ । ୱିନର ହୋଇ ସେ ଟ୍ରଫି ଜିତିବା ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ଓ ଏକ ନୂଆ କାର ତାଙ୍କ ଘରକୁ ନେଇଛନ୍ତି । ଅର୍ଜୁନଙ୍କ ସହ ଟପ୍-୨ରେ ରହିଥିଲେ ଟେଲିଭିଜନର ପପୁଲାର ହିରୋଇନ୍ ଦିବ୍ୟଙ୍କା ତ୍ରିପାଠୀ । ଦିବ୍ୟଙ୍କାଙ୍କୁ ହରାଇ ଅର୍ଜୁନ୍ ହୋଇଛନ୍ତି ବିଜେତା । ଦିବ୍ୟଙ୍କା ସୋ ର ପ୍ରଥମ ରନର ଅପ୍ ହୋଇଥିବା ବେଳେ ଶ୍ୱେତା ତିୱାରୀ, ରାହୁଲ ବୈଦ୍ୟ, ବିଶାଲ ଆଦିତ୍ୟ ଓ ବରୁଣ ସୁଦ୍ ସୋ ର ଫାଇନାଲିଷ୍ଟ୍ ରହିଥିଲେ । ତେବେ ଅର୍ଜୁନ୍ ବିଜିଲାନୀ ଟ୍ରଫି ଜିତିବା ପରେ କହିଛନ୍ତି ଯେ, ଏଥର କରୋନା ଭାଇରସ୍ କାରଣରୁ ଖତରୋଁ କି ଖିଲାଡି ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଏହି ସିଜନ୍ ଜିିତିବା କିମ୍ବା ହାରିବା ପାଇଁ ନଥିଲା ବରଂ ଆଗକୁ ବଢିବା ପାଇଁ ଏହି ସୋ ଥିଲା । ଆହୁରି ମଧ୍ୟ ସେ କହିଛନ୍ତି ଯେ ଚଳିତ ବର୍ଷ ସୋ ରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଜଣେ ଜଣେ ୱିନର । କାରଣ ଏପରି ସ୍ଥିତିରେ ସୋ ହୋଇଛି  ଯାହାକି ଆଗରୁ କେବେ ହୋଇ ନଥିଲା ।

ତେବେ ଏହି ସୋ ର ଗ୍ରାଣ୍ଡ ଫିନାଲେ ପୂର୍ବରୁ ସରିଥିଲା । କେବଳ ଏହାର ଟେଲିକାଷ୍ଟ ହେବା ବାକି ରହିଥିଲା । ସୋ ଟେଲିକାଷ୍ଟ ପୂର୍ବରୁ ହିଁ ଅନେକ ଫ୍ୟାନ୍ସ ଜାଣି ସାରିଥିଲେ ଯେ ଅର୍ଜୁନ୍ ବିଜିଲାନୀ ହିଁ ୱିନର ହେଉଛନ୍ତି । ଅର୍ଜୁନଙ୍କ ସ୍ତ୍ରୀ ନେହା ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀ ରେ ଏଭଳି ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଅର୍ଜୁନଙ୍କୁ ୱିନର ବୋଲି କହୁଥିଲେ । ଏହା ବ୍ୟତିତ ଅର୍ଜୁନଙ୍କ ସାଙ୍ଗ ମାନେ ବି ତାଙ୍କ ୱିନିଂ ପାର୍ଟିକୁ ସେଲିବ୍ରେଟ୍ କରିବାକୁ ଯୋରଦାର ପ୍ରିପେୟାରେସନ କରୁଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ତେବେ ଏ ସବୁ ସାମ୍ନାକୁ ଆସିବା ପରେ ଅନେକ ଲୋକ ଜାଣି ସାରିଥିଲେ ଯେ ଅର୍ଜୁନ୍ ବିଜିଲାନୀ ହିଁ ଖତରୋଁ କି ଖିଲାଡି ଟ୍ରଫି ଜିତୁଛନ୍ତି ।

ଅର୍ଜୁନଙ୍କ ୱର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ପୁର୍ବରୁ ଅନେକ ସର୍ଟ ଫିଲ୍ମ, ସିରିୟଲ ଏବଂ ରିୟାଲିଟି ସୋ ରେ ନଜର ଆସି ସାରିଛନ୍ତି । ଏହା ବ୍ୟତିତ ଜଣେ ଭଲ ହୋଷ୍ଟ ଭାବରେ ମଧ୍ୟ ତାଙ୍କୁ କିଛି ପପୁଲାର ରିୟଲିଟି ସୋ ରେ ଦେଖିବାକୁ ମିଳେ । ବର୍ତ୍ତମାନ ସେ ଖତରୋଁକି ଖିଲାଡି-୧୧ର ୱିନର ହେବା ପରେ ଆଗକୁ କେଉଁ ପ୍ଲାଟଫର୍ମ ରେ ନଜର ଆସୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’