Masthead

ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀ ନୀଳଚକ୍ର ନଗରରେ ବ୍ରାଉନ ସୁଗାର ବେପାରୀଙ୍କ ଘର ବୁଲଡୋଜର ଲଗାଇ ଭଙ୍ଗାଯାଇଛି । ଗତ କିଛି ଦିନ ତଳେ ପୁରୀ ପୋଲିସ ପକ୍ଷରୁ ନୀଳଚକ୍ର ନଗର ଅଞ୍ଚଳରେ ଥିବା ନିଶା ମାଫିଆଙ୍କ ବେଆଇନ ଚାରିଗୋଟି ଘରକୁ ବୁଲଡୋଜର ଲଗାଇ ଭଙ୍ଗା ଯାଇଥିଲା। ସହରରେ ନିଶା କାରବାର ରୋକିବା ସହ ନିଶା ମୁକ୍ତ କରିବା ନେଇ ପଦକ୍ଷେପ ନିଆଯାଇଛି । ସରକାରୀ ଜମି ଜବରଦଖଲ କରି ନିଶା କାରବାର କରୁଥିବା ପୁରୀ ଅଠର ନଳା ନିକଟ ନୀଳଚକ୍ର ନଗର ର ଟିକି ଖାଁ ଙ୍କ ଘର ଭାଙ୍ଗିଛି ପ୍ରଶାସନ ।

ଡିସେମ୍ବର ୪ ତାରିଖରେ ବ୍ରାଉନସୁଗାର ବେପାରୀ ସୁକାନ୍ତି ପଣ୍ଡାଙ୍କ ୪ ଟି ଘର ମାଟିରେ ମିଶିବା ପରେ ଏବେ ଜ୍ୱାଇଁ ଟିକି ଖାନର ୩ଟି ଘରକୁ ଭଙ୍ଗାଯାଇଛି । ପୋଲିସ ଅପରେସନ ଚକ୍ରରେ ନିଶା ବେପାରୀଙ୍କୁ ସାବାଡ୍ କରିବାକୁ ଏବେ ପୁରୀ ପୋଲିସ ଲଗାତାର ଉଦ୍ୟମ ଜାରି ରଖିଛି। ସେହି ପରିପ୍ରେକ୍ଷୀରେ ଶାଶୁ ସୁକାନ୍ତି ପଣ୍ଡାଙ୍କ ଜ୍ୱାଇଁ ଟିକି ଖାଁର ନୀଳଚକ୍ର ନଗରରେ ଥିବା ଦୁଇଟି ଘର ହୁଳୁହୁଲିଆ ପୋଲରେ ଥିବା ଗୋଟେ ଘରକୁ ଜେସିବି ଲଗାଇ ଭାଙ୍ଗିଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା