Masthead

ପରଲୋକରେ କୋରେଇର ପୂର୍ବତନ ବିଧାୟକା ସଞ୍ଚିତା ମହାନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପରଲୋକରେ କୋରେଇର ପୂର୍ବତନ ବିଧାୟକା ସଞ୍ଚିତା ମହାନ୍ତି । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ଧରି ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ। ସେ ୨୦୦୪ରୁ ୨୦୦୯ ଯାଏଁ କୋରେଇ ବିଧାୟିକା ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ସଞ୍ଚିତାଙ୍କ ଦେହାନ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମାଲଙ୍କ ସମେତ ବହୁ ବିଜେପି ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସଞ୍ଜିତା ମହାନ୍ତି ୧୯୫୮ ମସିହାର ସେପ୍ଟେମ୍ବର ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଜେନ୍ଦ୍ର କୁମାର ସିଂହ। ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ ଏବଂ ପରେ ଓଡ଼ିଶୀ ନୃତ୍ୟରେ ସ୍ନାତକତ୍ତୋର କରିଥିଲେ । ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଇନ ପଢ଼ିଥିଲେ । ସେ ଜଣେ ଓକିଲ ଭାବରେ କାର୍ଯ୍ୟ କରୁଥିଲେ । ସଞ୍ଚିତା ମହାନ୍ତି ଭାରତୀୟ ଜନତା ପାର୍ଟି ରାଜନୈତିକ ଦଳର ଜଣେ କର୍ମୀ ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭାର ୧୩ଶ ସଭାକୁ ନିର୍ବାଚିତ ହୋଇଥିଲେ

ସଞ୍ଚିତା ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି କୋରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହା ଯାଏଁ କାର୍ଯ୍ୟ କରିଥିଲେ। ଏହି ବିଧାନ ସଭାରେ ସେ ଗୃହ ପର୍ଯ୍ୟଟନ ବିଭାଗ କମିଟି, ମହିଳା ଓ ଶିଶୁ ବିକାଶ କଲ୍ୟାଣ କମିଟି ଆଦିରେ ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଜାତିସଂଘ ସୁରକ୍ଷା ପରିଷଦ ବୈଠକ 🔴 ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ 🔴 ରାଜ୍ୟରେ ଅଚାନକ ବଢ଼ିଛି ତାତି 🔴 କାଳବୈଶାଖୀ ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଯୁଦ୍ଧ ଶେଷ କରିବେ କି ଟ୍ରମ୍ପ? 🔴 କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌ 🔴 ୨୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସତର୍କତା 🔴 ଖୁବଶୀଘ୍ର ଇରାନ ଛାଡ଼ିବ ଆମେରିକା 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’ 🔴 ଆଜି ଜାତିସଂଘ ସୁରକ୍ଷା ପରିଷଦ ବୈଠକ 🔴 ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ 🔴 ରାଜ୍ୟରେ ଅଚାନକ ବଢ଼ିଛି ତାତି 🔴 କାଳବୈଶାଖୀ ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଯୁଦ୍ଧ ଶେଷ କରିବେ କି ଟ୍ରମ୍ପ? 🔴 କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌ 🔴 ୨୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସତର୍କତା 🔴 ଖୁବଶୀଘ୍ର ଇରାନ ଛାଡ଼ିବ ଆମେରିକା 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’