ମଙ୍ଗୁଳି ଛକ ଚୋରା ବାଲି ଚାଲାଣର ପେଣ୍ଠସ୍ଥଳ

ଟାଙ୍ଗୀ/ ଚୌଦ୍ୱାର, (ବଡ଼ ଖବର ବ୍ୟୁରୋ): ଦିନ ଦ୍ୱିପ୍ରହରରେ ଚାଲିଛି ଚୋରା ବାଲି ଚାଲାଣ । କଟକ ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗୁଳି ଛକର ବିଭିନ୍ନ ସ୍ଥାନରେ ବାଲି ମାଫିଆମାନେ ଖୁଲମଖୁଲା ଚଳାଉଛନ୍ତି ବାଲି ବେପାର । ଟିକସ୍ ନଦେଇ କୋଟି କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି । ମାଫିଆମାନେ ବିରୁପା ଓ ପାଖ ନଦୀରୁ ବାଲି ଆଣି ମଙ୍ଗୁଳି ଛକର ବିଭିନ୍ନ ସ୍ଥାନରେ ଜମା କରି ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଆଦି ସ୍ଥାନକୁ ଚୋରା ଚାଲାଣ କରୁଛନ୍ତି । ପ୍ରତିଦିନ ଶହ ଶହ ଟ୍ରକ୍ ବାଲି ଚୋରା କାରବାର ଚାଲୁଛି । କିଛି ପ୍ରଶାସନିକ ଅଧିକାରୀ ଓ ପୋଲିସଙ୍କୁ ହାତଗୁଞ୍ଜା ଦେଇ ଚାଲିଛି ବେପାର । ସାଧାରଣରେ ପ୍ରଶ୍ନ ଉଠୁଛି ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ବିଭାଗୀୟ ଅଧିକାରୀମାନେ ନିରବଦ୍ରଷ୍ଟା ସାଜିଛନ୍ତି କ’ଣ ପାଇଁ ? ଯଦି ଆଗାମୀ ଦିନରେ ପ୍ରଶାସନ ଚୋରା ବାଲିଚାଲାଣ ନ ରୋକନ୍ତି ତହସିଲ ଓ ଥାନା ଘେରାଉ କରିବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଟ୍ରେନରେ ବାଲି ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ନିଗୁଣ୍ଡି ରେଳ ଷ୍ଟେସନରେ ମଧ୍ୟ ଧରା ହୋଇଥିଲା !

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ