ନର୍ଲା (ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ରୁପ୍ରା ରୋଡର ଦିନେଶ ଅଗ୍ରୱାଲ ଙ୍କ ଗୋଦାମ ଗୃହ ରେ ଥିବା କିଛି ସାମଗ୍ରୀ କୁ ନିଆଁ ଲଗାଇ ଥିବା ଦୃଶ୍ୟ ସହିତ ମାଓ ପୋଷ୍ଟର ଲାଗିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଗୋଦାମର ଅନେକ ସ୍ଥାନରେ ମାଓବାଦୀଙ୍କ ନାଁରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଆଗାମୀ ବର୍ଷକ ମଧ୍ୟରେ ଆହୁରି ଗୋଦାମରେ ନିଆଁ ଲଗାଇବାକୁ ପୋଷ୍ଟରରେ ଧମକ ମିଳିଛି। ତେବେ ପୋଷ୍ଟର ଗୁଡ଼ିକ ନକଲି ବୋଲି ସ୍ପଷ୍ଟ କରିଛନ୍ତି କଳାହାଣ୍ଡି ଏସପି।
