Before Header

ଲାଓସରେ ଫସିଛନ୍ତି ୩୫ ଜଣ ଓଡ଼ିଆ ଶ୍ରମିକ, ପ୍ରବାସୀଙ୍କୁ ଫେରାଇ ଆଣିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

0 30

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ); ଦକ୍ଷିଣ-ପୂର୍ବ ଲାଓସ ଦେଶରେ ଫସିଛନ୍ତି ୩୫ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକ । ଠିକାଦାର ଚୁକ୍ତି ଖିଲାପ କରି ତାଙ୍କୁ ଅଧିକ ସମୟ ଖଟା ଯାଉଥିବା ବେଳେ ପ୍ରତିବାଦ କରିବାରୁ ପାର୍ସପୋର୍ଟ ଛଡାଇ ନେଇ ସେମାନଙ୍କୁ ନଜରବନ୍ଦୀ କରାଯାଇ ରଖାଯାଇଥିବା ସୂଚନା ମିଳିଛି । ଅଭିଯୋଗ ପରେ ଲାଓସରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ୩୫ ଜଣ ଶ୍ରମିକ ଫସି ରହିବା ଘଟଣାରେ ହସ୍ତକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ । ଫସି ରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନକୁ ଆସିଛି ରାଜ୍ୟ ଶ୍ରମ ବିଭାଗ । ନିର୍ଦ୍ଦେଶ ଅନୁଯାୟୀ କମିଶନର ଲାଓସର ଭାରତୀୟ ଦୂତବାସଙ୍କ ସହ ଏହି ପ୍ରସଙ୍ଗରେ କଥା ହୋଇଛନ୍ତି । ସେ ଶ୍ରମିକଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ପ୍ରବାସୀ ଓଡ଼ଆମାନଙ୍କୁ ଖୁବଶୀଘ୍ର ସେମାନେ ନିରାନଦରେ ଭାରତକୁ ଫେରାଇ ଆଣିବାପାଇଁ ସକମସ୍ତ ପଦକ୍ଷେପ ନିଆଯାଉଛି । ଆସନ୍ତା କିଛି ଦିନ ଭିତରେ ସମସ୍ତଙ୍କୁ ରାଜ୍ୟକୁ ଫେରାଇଅଣାଯିବ ।

Leave A Reply

Your email address will not be published.