ଜଗତସିଂହପୁରରେ ଘରୋଇ ବସ୍ ଚଳାଚଳ ସ୍ବାଭାବିକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଟକ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନକୁ ଗଡୁଛି ବସ୍। ପାରାଦୀପରେ ମଧ୍ୟ ସ୍ବାଭାବିକ ରହିଛି ବସ୍ ଚଳାଚଳ । ମୁଖ୍ୟମନ୍ତ୍ରୀ ବସ୍‌ ସେବାକୁ ନେଇ ଗଡ଼ୁନଥିଲା ବସ୍ ।ଆଜିଠାରୁ ଜଗତସିଂହପୁରର ସମସ୍ତ ରୁଟ୍‌ରେ ଗଡିଲା ଘରୋଇ ବସ୍ । ୫ ଦିନ ବ୍ୟାପୀ ଧର୍ମଘଟ ପରେ ପ୍ରଶାସନ ରାଜି ହେଲା ଟାୟାର ୨ ଏମ୍ ବି ଏସ ବନ୍ଦ କରିବା ପାଇଁ । ଜଗତସିଂହପୁର ଘରୋଇ ବସ ମାଲିକ ସଂଘ, କଟକ ଓ ପାରାଦୀପ ସଂଘର ପକ୍ଷରୁ ଜଗତସିଂହପୁର କଲେକ୍ଟର, ଏସପି, ରାଜ୍ୟ ପରିବହନ କମିଶନର, ପରିବହନ ମନ୍ତ୍ରୀ,କଟକ ଓ କେନ୍ଦ୍ରାପଡ଼ା କଲେକ୍ଟରଙ୍କ ନିକଟରେ ଇ-ମେଲ୍ ଜରିଆରେ ଲିଖିତ ଅଭିଯୋଗ ହେବା ପରେ, ପ୍ରଶାସନର ପଦକ୍ଷେପ ଗ୍ରହଣ କରିଛି ।

ରବିବାର ସନ୍ଧ୍ୟାରେ, ଟ୍ରାନ୍ସପୋର୍ଟ କମିଶନର, ରାଜ୍ୟ ସଂଘର ସଂପାଦକ, କଟକ ଘରୋଇ ବସ ମାଲିକ ସଂଘ ସଭାପତି ଓ ଜଗତସିଂପୁର ଜିଲ୍ଲାପାଳ ମୋବାଇଲ କନ୍ଫରେନ୍ସ ଜରିଆରେ ଆଲୋଚନା ପରେ ଟ୍ରାନ୍ସପୋର୍ଟ କମିଶନର ଏମ୍ ବି ଏସ ବନ୍ଦ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଯାହାକୁ ନେଇ, ରାଜ୍ୟ ସଂପାଦକ, କଟକ, ପାରାଦୀପ, ଜଗସିଂହପୁର ସଭାପତି ଏବଂ ସମ୍ପାଦକ ଘରୋଇ ମାଲିକ ମାନଙ୍କୁ ସେମାନଙ୍କ ବସ ସୋମବାର ଠାରୁ ଚଳାଚଳ ଜାରି ରଖିବା ପାଇଁ କହିଛନ୍ତି । ଏମ୍ ବି ଏସ ବସ ସମ୍ପର୍କରେ ଏସ ଟି ଏ ରେ ସୋମବାର ଘରୋଇ ବସ ମାଲିକ ସଂଘ ସହିତ ଆଲୋଚନା ହେବ ବୋଲି କମିଶନର ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ