Masthead

କପିଳାସରେ ମହାପ୍ରଭୁଙ୍କ ନୀତି ବନ୍ଦ, ଧାରଣାରେ ସେବାୟତ

ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l ଆଇନଶୃଙ୍ଖଳା ରକ୍ଷା ଆଳରେ ପୋଲିସର ମାତ୍ରାଧିକ କାର୍ଯ୍ୟକଳାପ ପ୍ରତିବାଦରେ ସେବାୟତମାନେ ରବିବାର ଭୋରରୁ ଧାରଣା କରିବାରୁୁ ଠାକୁରଙ୍କ ନୀତିକାନ୍ତି ବିଭ୍ରାଟ ହୋଇଛି ।

ମହାପ୍ରଭୁଙ୍କ ପାଇଁ ଚକାପିଠା ପ୍ରସ୍ତୁତି ପାଇଁ ବଟା ହୋଇଥିବା ବିରି ଓ ନାଗାଉରଣ ବେଶ ପାଇଁ ଅଳଙ୍କାର ଦେଓଗାଁ ଜଗନ୍ନାଥ ମନ୍ଦିରରୁ ସେବାୟତମାନେ ନେଇ ଯାଉଥିବାବେଳେ ବାରବାଙ୍କ ରାସ୍ତାରେ ପୋଲିସ ସେବାୟତଙ୍କୁ ଛାଡ଼ିନଥିଲେ। ଏହାର ପ୍ରତିବାଦରେ ସେବାୟତମାନେ ଧାରଣା ଦେଇଛନ୍ତି। ଦେବୋତ୍ତର ବିଭାଗ ଅଧିକାରୀ ଓ କର୍ମଚାରୀମାନେ ବୁଝାସୁଝା କରି ବିଫଳ ହୋଇଥିବା ଜଣାପଡ଼ିଛି । ମହାଶିବରାତ୍ରୀରେ ମହାପ୍ରଭୁ ଉପବାସରେ ରହିବାକୁ ନେଇ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି