Masthead

ଆଜି ରଙ୍ଗର ପର୍ବ ହୋଲି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ରଙ୍ଗର ପର୍ବ ହୋଲି । ସବୁଠି ଆନନ୍ଦ-ଉତ୍ସାହର ମାହୋଲ । ଉତ୍ସବ ମୁଖର ଗାଁଠୁ ସହର । ସାରା ଦେଶରେ ରଙ୍ଗର ପର୍ବକୁ ନେଇ ଉତ୍ସବର ମାହୋଲ । ହୋଲି ସେଲିବ୍ରେସନ ପାଇଁ ଜମିଲାଣି ଭିଡ଼ । ପିଲାଠୁ ବୁଢା, ନେତାଙ୍କଠୁ ରାଜନେତା ରଙ୍ଗ ଓ ଅଭିର ଖେଳରେ ମାତିଛନ୍ତି ସଭିଏଁ । କେମିକାଲ ରଙ୍ଗରେ ନ ଖେଳି ହର୍ବାଲ ରଙ୍ଗରେ ହୋଲି ଖେଳନ୍ତୁ । ହୋଲି ଏକ ହିନ୍ଦୁ ପର୍ବ । ବସନ୍ତ ଋତୁ ଫଗୁଣ ମାସ ପୂର୍ଣ୍ଣମୀ ତିଥିରେ ଏହି ପର୍ବକୁ ଧୁମଧାମରେ ପାଳନ  କରିଛନ୍ତି ସଭିଏଁ ।

ପୌରାଣିକ ଆଧାରରେ ଦୋଳଯାତ ଶ୍ରୀକୃଷ୍ଣଙ୍କ ଗୋପାଳ ଲୀଳା ଦର୍ଶନ ମିଳେ । ଏଥିରେ ରାଧା ଦାମୋଦରଙ୍କର ଗୋପ ଗୋପୀମାନଙ୍କ ସହିତ ରଙ୍ଗ ପିଚକାରୀ ଖେଳ ଶ୍ରୀମଦ ଭାଗବତ ବର୍ଣ୍ଣିତ ରାସଲୀଳାର ସ୍ମୃତି ବହନ କରିଥାଏ ।  ହୋଲି ପାଇଁ ସତର୍କ କରାଇଛି ପୁଲିସ୍ କମିଶନର । କମିଶନରେଟ୍ ପୁଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ମଦୁଆଙ୍କୁ ଧରିବା ପାଇଁ ୮୫ଟ ସ୍ଥାନରେ ବ୍ଲକିଂ ଓ ଚେକିଂ କରାଯାଇଛି । ନିଶାସକ୍ତ ଅବସ୍ଥାରେ ନଦୀ, ପୋଖରୀରେ ନ ଗାଧୋଇବାକୁ ପରାମର୍ଶ ଦିଆଯାଇଛି । ସାରା ଭାରତର ଲୋକପ୍ରିୟ ପର୍ବ ଭିତରୁ ଅନ୍ୟତମ ହୋଲି । ବର୍ଣ୍ଣ, ଲିଙ୍ଗ, ଧର୍ମ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ଉପଭୋଗ କରିଥାନ୍ତି । ଏଇ ପର୍ବରେ ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ଫଗୁ ପୁନେଇଁଦିନ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚଦିନ ବ୍ୟାପି ପୂଜାର୍ଚ୍ଚନା କରାଯାଏ । ଏଇ ୫ଦିନ କାଳ ନାନାଦି ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଯଥା ବାଦିପାଲା, ଯାତ୍ରା ଆଦି ଲାଗି ରହେ ।

ପୁନେଇଁ ଦିନ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନମାନଙ୍କର ମନୋରମ ଶୋଭାଯାତ୍ରାକୁ ମେଲଣ କୁହାଯାଏ । ଏହାର ପରଦିନ ରଙ୍ଗଖେଳ ହୋଇଥାଏ । ଏଇ ଖେଳ ଏତେ ଲୋକପ୍ରିୟ ଯେ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ମ ଏହାର ଆନନ୍ଦ ନେଇଥାନ୍ତି । ମଦ ପିଇ ଗାଡି ଚଳାଇଲେ ସିଜ୍ ହେବ ଗାଡି । ହୋଲି ପାଇଁ କଡା ସୁରକ୍ଷା ବଳୟରେ ରହିଛି ଭୁବନେଶ୍ୱର । ଡିସିପିଙ୍କ ନେତୃତ୍ୱରେ ୪ ଜଣ ଅତିରିକ୍ତ ଡିସିପି, ୮ ଜଣ ଏସପି ଦାୟିତ୍ୱରେ ରହିଛନ୍ତି । ୧୭ଟି ମୋବାଇଲ ପାର୍ଟି ପଇଁତରା ମାରୁଛନ୍ତି । ୮୫ଟି ସ୍ଥାନରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଚେକିଂ ଚାଲିଛି । ୧୦ ଟି ଗାଧୁଆ ତୁଠ ଓ ନଦୀ ପଠାରେ ବ୍ୟାପକ ଅଗ୍ନିଶମ ଟିମ ଓ ଓଡ୍ରାଫ ଟିମ ମୁତୟନ ହୋଇଛନ୍ତି । ୪ ଟି ଷ୍ଟ୍ରାଇକିଙ୍ଗ ଟିମ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ଏହାସହ ରାସାୟନିକ ରଙ୍ଗ ବ୍ୟବହାର ନକରିବାକୁ ସୂଚନା ଦେଇଛି କମିଶନରେଟ ପୁଲିସ । ବିଶୃଙ୍ଖଳାକାରୀଙ୍କ ଉପରେ ପୁଲିସର ନଜର ରହିଛି । ହୋଲିକୁ ନେଇ ଯେଉଁ ଇଭେଣ୍ଟ ହେବ, ତା’ଉପରେ ମଧ୍ୟ ନଜର ରଖିଛନ୍ତି କମିଶନରେଟ ପୁଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ଜନଗଣନା କର୍ମୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ 🔴 ଟ୍ରମ୍ପ ବଢ଼ାଇଲେ ସିଜ୍‌ଫାୟାର 🔴 ଖରା ନେଇ ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ପହଲଗାମ୍ ଆତଙ୍କୀ ହମଲାକୁ ବର୍ଷେ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ଜନଗଣନା କର୍ମୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ 🔴 ଟ୍ରମ୍ପ ବଢ଼ାଇଲେ ସିଜ୍‌ଫାୟାର 🔴 ଖରା ନେଇ ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ପହଲଗାମ୍ ଆତଙ୍କୀ ହମଲାକୁ ବର୍ଷେ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ