Masthead

ଜଗନ୍ନାଥ ବନପ୍ରକଳ୍ପ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ

ଦଶପଲ୍ଲା (ବଡ଼ ଖବର ବ୍ୟୁରୋ): ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ମାଧ୍ୟମରେ ବିଭିନ୍ନ ସରକାରୀ ଅର୍ଥ ଆସୁଥିଛି। ବିଭିନ୍ନ ସମୟରେ ସମାଜସେବୀମାନେ ମଧ୍ୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରି ଜନସାଧାରଣଙ୍କୁ ଅବଗତ କରାଉଛନ୍ତି । ଗଛଟିକୁ ପିଲାଟିଏ ସ୍ଳୋଗାନ ଦେଇ ବୃକ୍ଷ ଆମର ବନ୍ଧୁ, ବୃକ୍ଷ ଆମ ଜୀବନରେ କେଉଁଭଳି ଭୂମିକା ଲିଭାଉଛି। ଏହି ଭିତରେ ଦେଖାଦେଉଛି କି ସ୍ବେଛାସେବୀ ଅନୁଷ୍ଠାନ, ସମାଜସେବୀ,ପ୍ରଶାସନିକ ଅଧିକାରୀ ବିଭିନ୍ନ ସମୟରେ ବୃକ୍ଷ ରୋପଣ କରି ଫଟୋ ଉଠାଇ ବାହାସ୍ପଟ ମାରିବା ସହିତ ପ୍ରକୃତି ମିତ୍ର ବନ୍ଧୁ ପୁରସ୍କାର ହାତେଇ ନିଅନ୍ତି। ବାସ୍ତବରେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରତିବର୍ଷ ରଥ ନିର୍ମାଣ ନିମନ୍ତେ ଦଶପଲ୍ଲା ଜଙ୍ଗଲରୁ ଶତାଧିକ କାଠ ଯିବା ପାଇଁ ପୌରାଣିକ ନୀତିକାନ୍ତି ରହିଥିବାରୁ ଗଣିଆ ବ୍ଲକ ବଡ଼ରାଉଳ ପିଠରୁ ପୂଜାର୍ଚନା କରି ରଥ କାଠ ଅନୁକୂଳ କରାଯାଇଥାଏ।

ବାସ୍ତବରେ ପ୍ରଶାସନିକ ଅଧିକାରୀ, ବନ ବିଭାଗ ଏବଂ କୌଣସି ସ୍ବେଛାସେବୀ ଅନୁଷ୍ଠାନ କି ସାମାଜିକ କର୍ମୀଙ୍କ ଆନ୍ତରିକତା ଅଭାବ ରୁ ମହାପ୍ରଭୁ ଜଗନ୍ନାଥ ଙ୍କ ରଥକାଠ ପାଇଁ ଆନ୍ତରିକତା ନଥିବାରୁ ଦଶପଲ୍ଲାରେ ଘୋର ଜଙ୍ଗଲ ମରୁଭୂମିରେ ପରିଣତ ହେବା ସହିତ ଧୀରେଧୀରେ ଜଗନ୍ନାଥଙ୍କ ରଥକାଠ ଦଶପଲ୍ଲା ଜଙ୍ଗଲ ରୁ ସଙ୍କଟ ପଡ଼ିଥିବା କଥା କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ତତ୍ ସହିତ ରାଜକୋଷରୁ ଆସୁଥିବା ଅର୍ଥ ସଠିକ ରୂପେ ବ୍ୟବହାର ହେଉନଥିବା କହିଛନ୍ତି। ଅନ୍ୟପକ୍ଷେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୁଗୁଡ଼ିପଡ଼ା ପଞ୍ଚାୟତର ମକରପ୍ରସାଦ ଗ୍ରାମର ଲୋକଙ୍କ କହିବା ଅନୁଯାୟୀ ୧୯୮୨-୮୩ ମସିହାରେ ପୁରୀ ମହାରାଜା ତାଙ୍କର ସହଯୋଗୀ ଙ୍କୁ ନେଇ ଵୃତଙ୍ଗ ନଦୀ ପଠାରେ ୨୦୦ ଏକର ଜାଗାରେ ଜଗନ୍ନାଥଙ୍କ ରଥକାଠ ଉଦ୍ଧେଶ୍ୟରେ ଗଛ ଲଗାଇଥିଲେ।

ଗ୍ରାମବାସୀ ଙ୍କୁ ସଂକଳ୍ପ କରାଇ ଗଛ ଲଗାଇବା ଥୀଲେ। ସେହି ଗଛକୁ ସୁରକ୍ଷିତ ଭାବେ ଗ୍ରାମବାସୀ ରଖିଥିବା ଜଣାପଡିଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବ ଏବଂ ସରକାରୀ ଅର୍ଥ ଶୋଷଣ ଚିନ୍ତାଧାରା ଯୋଗୁଁ ଜଗନ୍ନାଥ ଙ୍କ ପାଇଁ ଗଛ ଲଗାଇବାରେ ବିଫଳ ହେଉଛି। ଦଶପଲ୍ଲା ଘୋର ଜଙ୍ଗଲ ମରୁଭୂମି ରେ ପରିଣତି ରୂପ ନେବାକୁ ଯାଉଛି। ଦଶପଲ୍ଲା ଜଙ୍ଗଲରୁ ମହାପ୍ରଭୁ ଜଗନ୍ନାଥ ରଥନିର୍ମ କାଠ ସଙ୍କଟ ପଡ଼ିଲାଛି। ଦଶପଲ୍ଲା ଇତିହାସ ବୁଡ଼ିବାକୁ ଗଲାଣି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି