Masthead

ଥାନାରେ ପ୍ରଜାକୋର୍ଟ

ସୋର (ବଡ଼ ଖବର ବ୍ୟୁରୋ): ଥାନା ପରିସରରେ ପ୍ରଜାକୋର୍ଟ । ମହିଳାଙ୍କୁ ଫୋନରେ ପ୍ରେମ ନିବେଦନ ଓ ଅଶ୍ଳୀଳ ଗାଳି ଘଟଣାର ସାମାଧାନ ବେଳେ ଥାନା ପରିସରରେ ବୃଦ୍ଧ ଓ ଯୁବକଙ୍କୁ ମହିଳାଙ୍କ ନିସ୍ତୁକ ମାଡ । ବାଲେଶ୍ବର ଜିଲ୍ଲା ସୋର ଥାନା ପରିସରରେ କେଦାରପୁର ଅଞ୍ଚଳର ୨ ଜଣ ମହିଳାଙ୍କୁ କୋଦଣ୍ଡପୁର ଅଞ୍ଚଳର ଜଣେ ଯୁବକ ବାରମ୍ବାର ଫୋନ କରି ପ୍ରେମ ନିବେଦନ କରିବା ସହ ଗାଳି ଅଶ୍ଳୀଳ ଗାଳି ଗୁଲଜ କରୁଥିଲେ ।

ଏନେଇ ସୋର ଥାନାରେ ଥରେ ଲିଖିତ ଅଭିଯୋଗ ହୋଇଥିଲା । ପରେ ଥାନା ପରିସର ମଣି ମନ୍ଦିରରେ ସମାଧାନ ହେଉଥିବା ବେଳେ ଫୋନ କରି ହଇରାଣ କରୁଥିବା ଯୁବକ ଓ ଯୁବକଙ୍କୁ ମହିଳାଙ୍କ ଫୋନ ନମ୍ବର ଦେଇଥିବା ବୃଦ୍ଧ ଜଣକ ମହିଳା ୨ ଜଣଙ୍କୁ ଗୋଡ ଧରି ଭୁଲ ମାଗୁଥିବା ସମୟରେ ମହିଳା ୨ ଜଣ ଥାନା ପରିସର ମଧ୍ୟରେ ନିସ୍ତୁକ ମାଡ ମାରି ଚାଲିଥିଲେ ।

ଥାନା ସମ୍ମୁଖରେ ୨ ମହିଳଙ୍କ ଏଭଳି ମାଡ ଘଟଣା ସାଧାରଣରେ ନିନ୍ଦା କରାଯାଉଥିବାବେଳେ ଥାନା ପରିସର ମଧ୍ୟରେ କିଛି ଦିନ ପୂର୍ବରୁ ଜଣେ ଓକିଲଙ୍କୁ ଥାନା କର୍ମଚାରୀଙ୍କ ମାଡ଼ ଘଟଣା ପରେ ପୁଣି ଥରେ ଥାନା ପରିସରରେ ଏଭଳି ପ୍ରଜା କୋର୍ଟ ହେଉଥିବାରୁ ପୋଲିସର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ