Masthead

ପାରାଦୀପ ଛାଡିଲେ ବିଜେପି ବିଧାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ରାଜ୍ୟସଭା ନିର୍ବାଚନର ମତଦାନକୁ ଆଉମାତ୍ର କିଛି ଘଣ୍ଟା ବାକି ଅଛି । ଗୋଟିଏ ଆସନକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି । ତିନିଟି ଯାକ ରାଜନୈତିକ ଦଳର ଶୀର୍ଷ ସ୍ତରରେ ରଣନୀତି ପ୍ରସ୍ତୁତି ଚାଲିଛି । ବିଧାୟକମାନଙ୍କୁ ଏକଜୁଟ୍ କରି ରଖିବା ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପାଇଁ କାଠିକର ପାଠ ହୋଇଗଲାଣି । ନିର୍ଦ୍ଦିଷ୍ଟ କିଛି ବିଧାୟକ ଦୁଇ ଦଳର ଟେନସନ୍ ବଢ଼ାଇ ଦେଇଛନ୍ତି । ସେପଟେ ପାରାଦୀପରେ ଥିବା ବିଜେପି ବିଧାୟକମାନେ ପାରାଦୀପରୁ ବାହାରି ଭୁବନେଶ୍ବରରେ ଅଭିମୁଖେ ବାହାରିଛନ୍ତି ।

ଭୁବନେଶ୍ବରରେ ପହଂଚିବା ପରେ ବିଧାନସଭା ଯାଇ ଭୋଟ ଦେବେ । ଦୁଇ ଦିନ ଧରି ପାରାଦୀପରେ ଏକ ହୋଟେଲରେ ଥିଲେ ବିଜେପିର ୭୦ରୁ ଅଧିକ ବିଧାୟକ । କ୍ରସ ଭୋଟିଂ ଭୟ ଭିତରେ ପାରାଦୀପ ଯାଇଥିଲେ ବିଧାୟକ । ୩ଟି ସ୍ବତନ୍ତ୍ର ବସରେ ରାଜ୍ୟ କାର୍ୟ୍ୟାଳୟରୁ ସିଧା ପାରାଦୀପ ଯାଇଥିଲେ ବିଧାୟକ । ରାଜ୍ୟସଭା ନିର୍ବାଚନ ପୂର୍ବରୁ ନିଜ ନିଜ ଦଳର ବିଧାୟକଙ୍କୁ ଏକଜୁଟ କରିବାକୁ ପ୍ରୟାସ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ