Masthead

ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆଜି ପଖାଳ ଦିବସ । ଚାଳଘରର ମାଟି ଚଟାଣଠୁ ନେଇ ଫାଇଭଷ୍ଟାର ହୋଟେଲର ଡାଇନିଂରେ ଜମିବ ପଖାଳର ଆସର । ବେଶ୍ କିଛି ବର୍ଷ ହେବ ମାର୍ଚ୍ଚ ୨୦ରେ ରାଜ୍ୟରେ ପଖାଳ ଦିବସ ପାଳିତ ହୋଇଆସୁଛି । ଦେଶ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ମଧ୍ୟ ପଖାଳ ଦିବସରେ ନିଜକୁ ସାମିଲ କରୁଛନ୍ତି । ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍‌ ଜଡ଼ିତ । ମହାପ୍ରଭୁ ଜଗନ୍ନାଥଙ୍କଙ୍କ ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଏଥିପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ବିଭିନ୍ନ ପଖାଳ ଭୋଗ ।

ପଖାଳ ପର୍ବ ଉପଲକ୍ଷେ ପାନ୍ଥ ନିବାସରେ କରାଯାଇଛି ଭବ୍ୟ ଆୟୋଜନ । ପ୍ରଥମ ଥର ପାଇଁ ଗୋଟିଏ ପାତ୍ରରେ ୮୦୦-୮୫୦ କିଲୋର ପଖାଳ ପ୍ରସ୍ତୁତ କରି ବିଶ୍ୱ ରେକର୍ଡ ପାଇଁ ଚେଷ୍ଟା କରାଯିବ । ଏଥିସହ ଆମିଷ ଓ ନିରାମିଷର ୩୬୫ ପ୍ରକାର ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ ହେବ । ପର୍ଯ୍ୟଟନ ବିଭାଗ ପକ୍ଷରୁ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏହି ପ୍ରୟାସ କରାଯାଉଛି । ଶେଫ୍‌ ଅବିନାଶ ଏହାର ନେତୃତ୍ୱ ନେବେ।

ଏହାବ୍ୟତୀତ ହାଣ୍ଡି ଚାଉଳ, କଳା ଚାଉଳ, ନାଲି ଚାଉଳ, ପୁସା ଚାଉଳ ଭଳି ୧୫ ପ୍ରକାର ଚାଉଳରୁ ପ୍ରସ୍ତୁତ ପ୍ରାୟ ୩୦ ପ୍ରକାର ପଖାଳ ମଧ୍ୟ ଉପଲବ୍ଧ ରହିବ । ଦହି ପଖାଳ, ଚିପୁଡ଼ା ପଖାଳ, ଲେମ୍ବୁ ପଖାଳ, ଛୁଙ୍କ ପଖାଳ, ବାସି ପଖାଳ ସବୁ ମିଳିବ ଗୋଟିଏ ଜାଗାରେ । କେବଳ ଏତିକି ନୁହେଁ, ଓଡ଼ିଆ ପଖାଳରେ ବିଦେଶୀ ଛୁଙ୍କ ଦେଇ ଏକ ଅନ୍ତର୍ଜାତୀୟ ସ୍ତରର ପଖାଳ ମଧ୍ୟ ପରସାଯିବ ।

ଲେମନ୍‌ଟ୍ରି ପଖାଳ, ଆସାମଓଡ଼ିଶା ପଖାଳ, ମିଣ୍ଟୋ ଫ୍ରେସ୍‌ ପଖାଳ, ଅରେଞ୍ଜ-ମାଣ୍ଡାରିନ୍‌ ପଖାଳ ଭଳି କି ଭଳି ଫ୍ୟୁଜନ୍‌ ଷ୍ଟାଇଲ୍‌ ପଖାଳ ଉପଲବ୍ଧ ହେବ । ୪ଟି ହୋଟେଲ ଲାଇଭ୍‌ କାଉଣ୍ଟର୍‌ରେ ଖାଦ୍ୟ ପରସିବେ । ବିଦେଶରେ ଥିବା ଓଡ଼ିଆ ସମାଜ ଆଭାସୀ ମାଧ୍ୟମରେ ଯୋଡ଼ିହେବେ । ସମସ୍ତେ ମିଶି ପାଳିବେ ପଖାଳ ଦିବସ । ‘ରବିନ୍‌ ହୁଡ୍‌ ଆର୍ମି’ ସହ ମିଳିତ ସହଯୋଗରେ ଆୟାଜିତ ଏହି କାର୍ଯ୍ୟକ୍ରମରେ ଖାଦ୍ୟ ନଷ୍ଟ ନ କରିବାର କଠୋର ନୀତି ଅବଲମ୍ବନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରଛାତ୍ରୀଙ୍କୁ ଠକେଇ ଅଭିଯୋଗରେ ଜଣେ ଗିରଫ 🔴 ଇସ୍ତଫା ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ… 🔴 ଲକ୍ଷ୍ନୌ ଭୟାବହ ଅଗ୍ନିକାଣ୍ଡ ମାମଲା, କିଏ ଅସଲ ଦୋଷି ? 🔴 ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି, ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି 🔴 ହାତୀ ଆକ୍ରମଣରେ ବନକର୍ମଚାରୀଙ୍କ ମୃତ୍ୟୁ 🔴 ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ସତର୍କ ସୂଚନା 🔴 ଭିଜିଲାନ୍ସ ଜାଲରେ CDCA ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ମୁହଁରେ ଗାମୁଛା ପକାଇ ଲୁଟି ନେଲା ଦୁର୍ବୁତ୍ତ 🔴 ସମ୍ବଲପୁର ଭିଡ ହିଂସା ମାମଲା, ପୁଲିସ ୩ଜଣଙ୍କୁ ଅଟକ ରଖିଛି । 🔴 ଭତ୍ତା ହିତାଧିକାରୀଙ୍କୁ ମିଳିଲା ଆଶ୍ୱସ୍ତି 🔴 ଛାତ୍ରଛାତ୍ରୀଙ୍କୁ ଠକେଇ ଅଭିଯୋଗରେ ଜଣେ ଗିରଫ 🔴 ଇସ୍ତଫା ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ… 🔴 ଲକ୍ଷ୍ନୌ ଭୟାବହ ଅଗ୍ନିକାଣ୍ଡ ମାମଲା, କିଏ ଅସଲ ଦୋଷି ? 🔴 ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି, ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି 🔴 ହାତୀ ଆକ୍ରମଣରେ ବନକର୍ମଚାରୀଙ୍କ ମୃତ୍ୟୁ 🔴 ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ସତର୍କ ସୂଚନା 🔴 ଭିଜିଲାନ୍ସ ଜାଲରେ CDCA ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ମୁହଁରେ ଗାମୁଛା ପକାଇ ଲୁଟି ନେଲା ଦୁର୍ବୁତ୍ତ 🔴 ସମ୍ବଲପୁର ଭିଡ ହିଂସା ମାମଲା, ପୁଲିସ ୩ଜଣଙ୍କୁ ଅଟକ ରଖିଛି । 🔴 ଭତ୍ତା ହିତାଧିକାରୀଙ୍କୁ ମିଳିଲା ଆଶ୍ୱସ୍ତି