ରାଷ୍ଟ୍ରପତିଙ୍କୁ ସ୍ଵାଗତ ପାଇଁ ରାଇରଙ୍ଗପୁର ପ୍ରସ୍ତୁତ

ବାରିପଦା (ବଡ଼ ଖବର ବ୍ୟୁରୋ): ଆସନ୍ତାକାଲି ମୟୂରଭଞ୍ଜରେ ପହଞ୍ଚିବେ ରାଷ୍ଟ୍ରପତି। ବଦଳିଯାଇଛି ଜିଲ୍ଲାର ରୂପରେଖ । ରାଷ୍ଟ୍ରପତିଙ୍କୁ ସ୍ଵାଗତ ପାଇଁ ରାଇରଙ୍ଗପୁର , ପାହାଡପୁର ଆଉ ଏସ ଏଲ ଏସ ଆବାସିକ ବିଦ୍ୟାଳୟ ନବବଧୂ ଭଳି ସଜେଇ ହୋଇଛି ।  ନିଜ ଗାଆଁକୁ ଆସୁଛନ୍ତି ଭଞଜମାଟିର ସୁନାଝିଅ ମହାମହିମ ଦ୍ରୌପଦୀ ମୁର୍ମୁ । ମାଡାମ୍ ପ୍ରେସିଡେଣ୍ଟଙ୍କ ପାଇଁ ରାଇରଙ୍ଗପୁର, ତାଙ୍କ ଜନ୍ମମାଟି ପାହାଡପୁର ଓ ତାଙ୍କ ସ୍ଵାମୀ ଓ ଦୁଇ ପୁଅଙ୍କ ସ୍ମୃତିରେ ନିର୍ମିତ ଏସ ଏଲ ଏସ ଆବାସିକ ବିଦ୍ୟାଳୟ ନବବଧୂ ଭଳି ସଜେଇ ହୋଇଛି । ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଦ୍ୟାଳୟ ତରଫରୁ ନୂତନ ନିଶା ନିବାରଣ କେନ୍ଦ୍ରର ଶିଳାନ୍ୟାସ ସହ ନିଶା ନିବାରଣ ପ୍ରଚାର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ।  ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ହୋଇଛି ମକଡ୍ରିଲ । ପୂର୍ବାଞ୍ଚଳ ଆଇଜି ହିମାଂଶୁଲାଲଙ୍କ ପ୍ରତ୍ୟକ୍ଷ ତତ୍ବାବଧନରେରେ ହୋଇଛି ମକଡ୍ରିଲ । ହେଲିପ୍ୟାଡ ଠାରୁ ଆରମ୍ଭ କରି ରାସ୍ତା ପର୍ଯ୍ୟନ୍ତ ସବୁ ଠାରେ ପୋଲିସ ଛାଉଣୀ ।

ଆସନ୍ତାକାଲି ସକାଳ ୧୦.୧୫ରେ ରାଇରଙ୍ଗପୁରରେ ଅବତରଣ କରି ପାହାଡପୁର ଏସ ଏଲ୍ ଏସ ବିଦ୍ୟାଳୟରେ ୧୦.୪୦ରେ ପହଞ୍ଚିବେ । ୧୨.୪୫ରେ ସାଟପୁଟିଆ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ସୋନାରାମ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ବଡବନ୍ଧ ଠାରେ ୧୦୦ଫୁଟର ଜାତୀୟ ପତାକା ଉତ୍ତୋଳନ କରିବା ପରେ ସମ୍ବର୍ନ୍ଧନା ଉତ୍ସବରେ ଯୋଗଦେବେ। ୫ ତାରିଖରେ ରାଷ୍ଟ୍ରପତି ରଘନାଥ ମୁର୍ମୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରି ସେଦିନ ବାରିପଦା ସର୍କିଟ ହାଉସରେ ରାତ୍ରି ଯାପନ କରିବେ । ପରେ ଦିନ ୧୦ଟା ସମୟରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ୧୨ଟା କଲେଇକୁଣ୍ଡା ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’