Masthead

ଦିବ୍ୟାଙ୍ଗଙ୍କ ସନ୍ଦହେଜନକ ମୃତ୍ୟୁ

ଭଞ୍ଜନଗର(ବଡ଼ ଖବର ବ୍ୟୁରୋ): ଓଡ଼ିଆ ବିଚାରାଧୀନ କଏଦୀଙ୍କ ମୁମ୍ବାଇ କାରାଗାରରେ ମୃତ୍ୟୁ ।ମୃତ କଏଦୀ ଜଣକ ହେଲେ ଗଞ୍ଜାମ ସୋରଡ଼ା ଥାନା କୈଳାସପୁର ଗାଁର ଯୁଧିଷ୍ଠିର ସେଠୀଙ୍କ ପୁଅ ଦଣ୍ଡାସି ସେଠୀ । ଦଣ୍ଡାସି ହେଉଛନ୍ତି ଜନ୍ମରୁ ଦିବ୍ୟାଙ୍ଗ। ତାଙ୍କୁ ଗଞ୍ଜେଇ କେସରେ ଫସାଇବା ପରେ ଜେଲରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସୂଚନା ମୁତାବକ ଦଣ୍ଡାସି ଦୀର୍ଘବର୍ଷ ହେବ ହାଇଦ୍ରାବାଦର ଏକ ଚକଲେଟ କମ୍ପାନୀରେ କାମକରି ପରିବାର ପ୍ରତିପୋଷଣ କରୁଥିଲେ।

ତେବେ ଗତ ପାଞ୍ଚମାସ ତଳେ ଗାଁକୁ ଆସି ପୁଣି ଫେରିଥିଲେ ହାଇଦ୍ରାବାଦ କିନ୍ତୁ ରାସ୍ତାରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ମୁମ୍ବାଇ ପୋଲିସ ଦଣ୍ଡାସିଙ୍କୁ ଗିରଫ କରିଥିଲା । ଗିରଫ ପରେ ସେ ମହାରାଷ୍ଟ୍ର ମୁମ୍ବାଇର ତାଲୋଜା ସେଣ୍ଟ୍ରାଲ ଜେଲରେ ଥିଲେ । ଗତ ୧୯ ତାରିଖରେ ଶୌଚାଳୟ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା ।

ପୋଲିସ ପକ୍ଷରୁ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ତେବେ ପରିବାର ଲୋକ ଦଣ୍ଡାସିଙ୍କୁ ଜେଲ ଭିତରେ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି । ଦଣ୍ଡାସିଙ୍କ ପାଞ୍ଚ ବର୍ଷର ଝିଅ ଦେଢ଼ ବର୍ଷର ପୁଅ ରହିଥିବା ବେଳେ ସେମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଅନ୍ୟପଟରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମୁମ୍ବାଇ ହସ୍ପିଟାଲ ଦଣ୍ଡାସିଙ୍କ ମୃତଦେହ ଆଣିବା ପରେ ଗାଁରେ ରୀତିନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି