ଅନୁଗୁଳ (ବଡ଼ ଖବର ବ୍ୟୁରୋ): ତାଳଚେର ଆରଡିର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ସରକାରୀ ଅଫିସ ଏବଂ ବାସଭବନରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି। କଟକ ଏବଂ ଅନୁଗୁଳ ଭିଜିଲାନ୍ସ ବିଭାଗ ମିଳିତ ଭାବେ ଚଢ଼ାଉ କରିଛନ୍ତି। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଛି।
ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁ ଉଭୟ ତାଳଚେର ଏବଂ ଖମାରର ଦାୟିତ୍ୱରେ ଦୀର୍ଘ ବର୍ଷରୁ ଅଛନ୍ତି। ତାଙ୍କର ଖମାର ଅଫିସରେ ମଧ୍ୟ ଚଢ଼ାଉ ଚାଲିବା ସହ ନିଜ ଘର ଢେଙ୍କାନାଳରେ ମଧ୍ୟ ଚଢ଼ାଉ ହୋଇଥିବା ସୂଚନା ମିଳିଛି। କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି ଆକଳନ ହୋଇ ନ ଥିଲେ ମଧ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *