Masthead

୧୦ ଯାଏ ରହିବ କାଳବୈଶାଖୀ ପ୍ରଭାବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆସନ୍ତା ୧୦ ଯାଏ ରହିବ କାଳବୈଶାଖୀ ପ୍ରଭାବ । ସପ୍ତାହେ ପର୍ଯ୍ୟନ୍ତ ତାତି ବିଶେଷ ବଢ଼ିବନି । ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜର କେତେକ ସ୍ଥାନ ସହ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ।

ଏଥିରୁ କେତେକ ସ୍ଥାନରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ପବନ ଏବଂ ବଜ୍ରପାତ ଆଶଙ୍କା ରହିଛି । ଆଉ କେତେକ ସ୍ଥାନରେ ୩୦ରୁ ୪୦ କିମି ପବନ ହୋଇପାରେ । ପଶ୍ଚିମା ଝଡ଼ ପ୍ରଭାବ ଓଡ଼ିଶାରେ କାଳବୈଶାଖୀ ବର୍ଷା ଆଣିବ । ଫଳରେ ଗ୍ରୀଷ୍ମ ପ୍ରବାହ ପ୍ରକୋପରୁ ରକ୍ଷା ମିଳିବ । ମେ’ ମାସରେ ଗରମ ହେବ । ଜୁନରେ ସ୍ୱାଭାବିକ ସମୟ (ଜୁନ୍ ୧୦ରୁ ୧୫) ମଧ୍ୟରେ ମୌସୁମୀର ଆଗମନ ହୋଇପାରେ । ବଙ୍ଗୋପସାଗରରୁ ଆସୁଥିବା ଆର୍ଦ୍ର ବାୟୁ ସହ ଉପର ସ୍ତରର ଶୀତଳ ବାୟୁର ସମ୍ମିଳନ ହେବାରୁ କାଳବୈଶାଖୀ ଜୋର ଧରିଛି।

ରାଜ୍ୟରେ ଏପରି ପାଣିପାଗ ଏପ୍ରିଲ ୧୦ କିମ୍ବା ୧୧ ଯାଏ ଜାରି ରହିପାରେ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ତାପମାତ୍ରା କିଛି ହ୍ରାସ ପାଇବା ସହ ସାଧାରଣ ତାପମାତ୍ରା ୩୫ ରୁ ୩୮ ଡିଗ୍ରୀ ମଧ୍ୟରେ ରହିପାରେ।ଚାଷୀମାନଙ୍କୁ ବିଶେଷ ସତର୍କତା ବର୍ତ୍ତା ଦିଆଯାଇଛି। ମୁଗ, ବିରି ଓ ରବି ଧାନ ଅମଳ କାମ ଶୀଘ୍ର ସାରି ସୁରକ୍ଷିତ ଜାଗାରେ ରଖିବାକୁ ପରାମର୍ଶ ଦିଆଯାଇଛି। ସହିତେ, ପାଣିପାଗ ସ୍ଥିର ହେଉଅ ପର୍ଯ୍ୟନ୍ତ ସାର ବା କୀଟନାଶକ ପ୍ରୟୋଗ ନ କରିବାକୁ ମଧ୍ୟ ସୁପାରିଶ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍ 🔴 ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ 🔴 ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ 🔴 ପୁଣି ବଢିଲା ବୈତରଣୀ ଓ କାଣୀ ନଦୀର ବନ୍ୟାଜଳ 🔴 ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଚେତାବନୀ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍ 🔴 ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ 🔴 ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ 🔴 ପୁଣି ବଢିଲା ବୈତରଣୀ ଓ କାଣୀ ନଦୀର ବନ୍ୟାଜଳ 🔴 ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଚେତାବନୀ