ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆକାଶରୁ ବର୍ଷୁଛି ନିଆଁ । ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ । ୧୮ ତାରିଖ ସୁଦ୍ଧା ପହଞ୍ଚିବ ୪୫ ଡିଗ୍ରୀ ସେଲସିୟସ୍ ପହଞ୍ଚିବ । ମଝିରେ ମଝିରେ କାଳବୈଶାଖୀ ବର୍ଷା ହୋଇପାରେ । ବଡ଼ ବର୍ଷା ସମ୍ଭାବନା ଏବେ କମ୍ । ଗୁରୁବାର ଟିଟିଲାଗଡ଼ ପହଞ୍ଚିଗଲା ୪୩.୭ ଡିଗ୍ରୀରେ । ଝାରସୁଗୁଡ଼ା ବି ୪୩.୬ ଡିଗ୍ରୀ ଛୁଇଁଥିଲା ।
୧୪ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା । ସେଥିମଧ୍ୟରୁ ସମ୍ବଲପୁର ୪୨.୨, ହୀରାକୁଦ ୪୨.୨, ଭବାନୀପାଟଣା ୪୨.୫, ବଲାଙ୍ଗୀର ୪୨.୨ ତାତିରେ ଛଟପଟ ହୋଇଥିଲା । ଉପକୂଳରେ ପାରଦ ୩୫-୩୬ ଡିଗ୍ରୀ ରହିଥିଲେ ବି ଗୁଳୁଗୁଳି ପ୍ରକୋପ ଅସହ୍ୟ ହୋଇଛି । ଆସନ୍ତା ଦୁଇଦିନ ରାଜ୍ୟର ଉତ୍ତର ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ । ସମଗ୍ର ଉପକୂଳ ଓଡ଼ିଶାରେ ଏବେ ଗୁଳୁଗୁଳିରୁ ନିସ୍ତାର ନାହିଁ ।
