Masthead

ମୁସଲମାନଙ୍କ ଅବସ୍ଥା ବ୍ୟାଣ୍ଡ ବାଜା ପରି: ଅସଦୁଦ୍ଦିନ ଓୱେସି

ୟୁପି(ବଡ଼ ଖବର ବ୍ୟୁରୋ):   ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମର ମୁଖ୍ୟ ଅସଦୁଦ୍ଦିନ ଓୱେସି ପ୍ରତିନ୍ଦ୍ୱନ୍ଦିତା କରିବାକୁ ଯାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ୟୁପିରେ ଥିବା ମୁସଲମାନଙ୍କ ଅବସ୍ଥା ସମ୍ପର୍କରେ ଓୱେସି ଏକ ବଡ଼ ବିବୃତି ଦେଇଛନ୍ତି । ସେ କହିଛନ୍ତି ଯେ ଏଠାରେ ମୁସଲମାନଙ୍କ ଅବସ୍ଥା ଏବେ ‘ବ୍ୟାଣ୍ଡ ବାଜା ପାର୍ଟି’ ସଦୃଶ । ମୁସଲମାନଙ୍କ ପ୍ରସଙ୍ଗ ଉଠାଇବାକୁ ଏଠାରେ କେହି ନାହାଁନ୍ତି । ଖାଲି ଏତିକି ନୁହେଁ ସେ ଆହୁରି କହିଛନ୍ତି ଯେ, ମୁସଲମାନଙ୍କ ପ୍ରତି ଏଠାରେ ଅବହେଳିତ ମନଭାବ ରଖାଯାଉଛି । ତେବେ ଗତକାଲି କାନପୁରରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ସେ କହିିଥିଲେ ଶୋଭାଯାତ୍ରାରେ ‘ ମୁସଲମାନଙ୍କ ଅବସ୍ଥା ବ୍ୟାଣ୍ଡ ବାଜା ପରି’ ହୋଇଛି । ସେମାନଙ୍କୁ ପ୍ରଥମେ ସଙ୍ଗୀତ ବଜାଇବାକୁ କୁହାଯାଏ । ଆଉ ପରେ ବିବାହ ସ୍ଥଳରେ ବାହାରେ ଛିଡା ହେବା ପାଇଁ କୁହାଯାଏ ।

ଓୱେସି କହିଛନ୍ତି ଯେ ଆଗକୁ ଆଉ ମୁସଲମାନମାନେ କୌଣସି ଶୋଭାଯାତ୍ରାରେ ସଙ୍ଗୀତ ବଜାଇବେ ନାହିଁ । ତାଙ୍କ କହିବା ଆନୁଯାୟୀ ୟୁପିରେ ୧୯% ମୁସଲମାନ ଜନସଂଖ୍ୟା ଅଛି । କିନ୍ତୁ ସେଠାରେ କୈାଣସି ନେତା ନାହାନ୍ତି । ଓୱେସି ଆହୁରି କହିଛନ୍ତି ଯେ, ୟୁପି ଜେଲରେ ଥିବା ୨୭% କଏଦି ମୁସଲମାନ । ତେବେ ସେ ଆଭିଯୋଗ କରିଛନ୍ତି ମୁସଲମାନମାନେ ହିଁ ସମାଜବାଦୀ ପାର୍ଟିକୁ ଅଧିକ ଭୋଟ ଦେଇଥାନ୍ତି । ଏହା ପରେ ବି ମୁସଲମାନମାନଙ୍କୁ ଗୁରୁତ୍ୱ ଦିଆଯାଏନାହିଁ ।

ସୂଚନା ଅନୁସାରେ ୨୦୧୧ର ଜନଗଣନାରେ ଉତ୍ତପ୍ରଦେଶର ଜନସଂଖ୍ୟାରେ ମୁସଲମାନମାନେ ୧୯.୨୬ % । ଉତ୍ତରପ୍ରଦେଶରେ ଥିବା ୪୦୩ ନିର୍ବାଚନମଣ୍ଡଳୀ ମଧ୍ୟରୁ ୮୨ଟିରେ ମୁସଲମାନ ଭୋଟରର ଭୂମିକା ଗ୍ରହଣ କରିପାରନ୍ତି ବୋଲି କୁହାଯାଏ । ବର୍ତ୍ତମାନ ସୂତ୍ରରୁ ଜଣାପଡିଛି ଯେ ଉତ୍ତରପ୍ରଦେଶରେ ୧୦୦ଟି ବିଧାନସଭା ଆସନ ପ୍ରତିନ୍ଦ୍ୱନ୍ଦିତା କରିବାକୁ AIMIM ଘୋଷଣା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼