ତେଲରୁ ଆଦାୟ ହେଲାଣି ଲକ୍ଷେ କୋଟି

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ)  :    ତେଲ ଟିକସ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ରାଜକୋଷ ଭର୍ତ୍ତି ହେବାରେ ଲାଗିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସ ଭିତରେ ତେଲରୁ ଶୁ୍ଳ୍କ ଭାବେ ଲକ୍ଷେ କୋଟି ଟଙ୍କା ଆୟ ହୋଇଛି । ଦେଶରେ ଜିଏସଟି ଲାଗୁ ହେବା ପରେ କେବଳ ପେଟ୍ରୋଲେ,ଜିଜେଲ୍,ପ୍ରାକୃତିକ ଗ୍ୟାସ ଓ ବିମାନ ଇନ୍ଧନରୁ ଉତ୍ପାଦନ ଶୁଳ୍କ ସଂଗ୍ରହ କରାଯାଉଛି । ପୂର୍ବ ଆର୍ଥିକ ବର୍ଷରେ ୬୭,୮୯୫ କୋଟି ଟଙ୍କାର ଟିକସ ମିଳିଥିଲା । ଆଉ ଚଳିତ ବର୍ଷ ତାହା ତୁଳନାରେ ୩୨,୪୯୨କୋଟି ଟଙ୍କା ଅଧିକ ଆୟ ହୋଇଥିଲା । ଏପଟେ ଚଳିତ ବର୍ଷ ତୈଳ ବଣ୍ଡ୍ ବାବଦକୁ କେନ୍ଦ୍ରସରକାର ୧୦ ହଜାର କୋଟି ଠଙ୍କା ଶୁଝିବେ ।

ଦେଶରେ କୋରନା ସଂକ୍ରମଣ ମାମଲା ହ୍ରାସ ପାଉଥିବା ବେଳେ ପେଟ୍ରୋଲ ଓ ଡିଜେଲ ବିକ୍ରି ବଢିବାରେ ଲାଗିଛି । ସେଥିପାଇଁ ତେଲରୁ ଟିକସ ସଂଗ୍ରହ ବୃଦ୍ଧି ପାଉଛି । ତେବେ ଉପା ସରକାରଙ୍କ ଅମଳରେ ୧.୩ ଲକ୍ଷ କୋଟି ଚଙ୍କାର ତୈଳ ବଣ୍ଡ୍ ଜାରି କରାଯାଇଥିଲା । ଉପା ସରକାରଙ୍କ ଏହି ଭୁଲ ପାଇଁ ବର୍ତ୍ତମାନ ତେଲ ଉପରୁ ଟିକସ ଉଠିପାରୁନାହିଁ । ଏ ନେଇ ନିକଟରେ ନିର୍ମଳା ସୀତାରମଣ ଓ ବର୍ତ୍ତମାନର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ ।

୨୦୧୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନ ଭାର ସମ୍ଭାଳିବା ପରଠାରୁ ତେଲରେ ୨୫ ଲକ୍ଷ କୋଟି ଟଙ୍କା ଆୟ କରିସାରିଲେଣି । ଏପଟେ ତେଲ ଉପରେ ଟିକସ କମ୍ କରାଯିବ ନାହିଁ ବୋଲି ଗତ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଗତ ମାସରେ ଆର୍ନ୍ତଜାତିକ ବଜାରରେ ଅଶୋଧିତ ତୈଳର ଦାମ୍ ୩୦ ଡଲାର ତଳକୁ ଖସିଥିଲା । ତେବେ ସେହି ସମୟରେ ତାର ଲାଭ ଗ୍ରାହକଙ୍କୁ ଦେବା ପରବର୍ତ୍ତେ ସରକାର ପେଟ୍ରୋଲରେ ଟିକସ ବୃଦ୍ଧି କରିଦେଲେ । ଏବେ ଗ୍ରାହକ ମାନେ ଲିଟର ପିଛା ୩୨ଟଙ୍କା ୯୦ ପଇସାର ଟିକସ ଗଣୁଛନ୍ତି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’