Masthead

ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ

ଡେରାବିଶ (ବଡ଼ ଖବର ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକରେ ଥିଲା ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି । ବାରମ୍ବାର ଅଭିଯୋଗ ପରେ ବି ଶୁଣୁ ନଥିଲା ବିଭାଗ କି ଜିଲ୍ଲା ପ୍ରଶାସନ । ଯାହାକୁ ନେଇ ଅଭିନବ ଭାବରେ ପ୍ରତିବାଦ କରିଛନ୍ତି ଲୋକେ । ଡେରାବିଶ ବ୍ଲକ ଖୋମଳ ପଞ୍ଚାୟତ ଠାରୁ କଟକ-ଚାନ୍ଦବାଲି ରାସ୍ତା ଚଣ୍ଡୀବଜାରକୁ ସଂଯୋଗ କରୁଥିବା ରାସ୍ତାର କାର୍ଯ୍ୟ ବିଗତ ୩ ବର୍ଷ ଧରି ରାସ୍ତା ସହ ପୋଲ କାମ ଚାଲୁଅଛି ।

ଯାହାକୁ ନେଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଖୋମଳ ଗ୍ରାମବାସୀ । ନା ଗାଁକୁ ଆମ୍ବୁଲାନ୍ସ ଟିଏ ଯାଇ ହେଉଛି ନା ରାସ୍ତାରେ ଚାଷ କାର୍ୟ୍ୟ ପାଇଁ ବିଲକୁ ଯାଇହେଉଛି । ସେହି ଗାଁକୁ ଯିବାକୁ ହେଲେ ଅନ୍ୟ ଗାଁ ଦେଇ ଅଧିକ ୫ କିମି ବୁଲିକି ଯିବାକୁ ପଡୁଛି । ପୋଲ କାମ ଯୋଗୁଁ ଡ୍ରେନର ଉଭୟ ପାର୍ଶ୍ୱରେ ମାଟି ପଡ଼ିଥିବା ହେତୁ ଚାଷ ଜମିକୁ ପାଣି ମଧ୍ୟ ନିଷ୍କାସନ ହେଇପାରୁନି । ଯାହାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଗତ ୩ ମାସ ହେବ ବାରମ୍ବାର ଗ୍ରାମ୍ୟଉନ୍ନୟନ ବିଭାଗ, ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଗ୍ରାମବାସୀ ଓ ଯୁବକମାନେ ଘଣ୍ଟ ବାଡେଇ ପ୍ରତିବାଦ ଜଣେଇଥିଲେ ।

ସେପଟେ ଅଭିଯୋଗକାରି କହିଛନ୍ତି ବାରମ୍ବାର ବିଧାୟକଙ୍କୁ ଭେଟି ନିଜର ସମସ୍ୟା ଜଣାଇଥିଲେ ବି ଖୁବଶୀଘ୍ର ଏହାର ସମାଧାନ ହେଇଯିବ ବୋଲି ପ୍ରତିଶ୍ରୁତି ଦେଇ ଭୁଲି ଯାଇଛନ୍ତି ବିଧାୟକ । ବିଧାୟକଙ୍କର ଖାଇବା ଦାନ୍ତ ଗୋଟେ ଦେଖାଇବା ଦାନ୍ତ ଆଉ ଗୋଟେ ବୋଲି କଟାକ୍ଷ କରିଛନ୍ତି ଗ୍ରାମବାସୀ । ତେବେ ଆଗାମୀ ଦିନରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ କେତେ ମାନୁଛି ଗ୍ରାମ୍ୟଉନ୍ନୟନ ବିଭାଗ ତାହା ହିଁ ଦେଖିବାର ବାକି ରହିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା