ବାରିପଦା(ବଡ଼ କବର ବ୍ୟୁରୋ): ଏନ୍ଏଚ୍-୧୮ ଗଡ଼ଦେଉଳିଆ ଛକ ନିକଟରେ ଟ୍ରକ୍କୁ ଧକ୍କା ଦେଲା କାର୍ । ମୟୂରଭଞ୍ଜ ଏସଡିସିର ପୂର୍ବତନ ଉପାଧ୍ୟକ୍ଷା କମଳା ତିରିଆଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ବୋହୂ ମୃତ ହୋଇବେଳେ ଗୁରୁତର ମା’ ପୁଅ ମେଡିକାଲରେ ଭର୍ତ୍ତି । ମଙ୍ଗଳବାର ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି ମୟୁରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଉପାଧ୍ୟକ୍ଷା କମଳା ତିରିଆ ଏବଂ ତାଙ୍କ ପୁଅ ଆଉ ବୋହୂ। ସୂଚନା ମୁତାବକ କମଳା ତିରିଆ ନିଜ ଗର୍ଭବତୀ ବୋହୂଙ୍କୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଭୁବନେଶ୍ୱର ଯାଇଥିଲେ।
ତେବେ ନିଜର କାରରେ ଭୁବନେଶ୍ୱରରୁ ଘରକୁ ଫେରୁଥିବା ସମୟରେ ବାଲେଶ୍ୱରରୁ ବୈଶିଙ୍ଗା ୧୮ ନଂ ଜାତୀୟ ରାଜପଥ ଗଡ଼ଦେଉଳିଆ ଛକ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ଟ୍ରଲର ପଛ ପଟୁ ତାଙ୍କ ଗାଡି ଧକ୍କା ଦେଇଥିଲା। ଫଳରେ ଗାଡିଟି ଭାରସ୍ୟାମ ହରାଇ ଡ଼ିଭାଇଡ଼ର ରେ ପିଟି ହୋଇଥିଲା। ତେବେ ଗାଡ଼ିରେ ଥିବା କମଳା ଏବଂ ତାଙ୍କ ପୁଅ ଅଭିଷେକ ତିରିଆ ଓ ବୋହୁ ଗୁରୁତର ହେଇଥିଲେ। ସ୍ଥାନୀୟ ଲୋକେ ପହଂଚି ସେମାନଙ୍କୁ ଉଦ୍ଧାର କରି ସଂଗେସଂଗେ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜରେ ଭର୍ତ୍ତି କରାଇଛନ୍ତି। କିନ୍ତୁ ବୋହୂ ଦିପ୍ତୀରେଖାଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ବୈଶିଙ୍ଗା ପୁଲିସ ପହଂଚି ଘଟଣାର ତଦନ୍ତ ଜାରି ରଖିଛି।
