Masthead

କିଏ ଧନୀ, କାହା ନାଁରେ ମାମଲା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ପ୍ରକାଶ ପାଇଲା ବିଧାୟକଙ୍କ ସଂପର୍କରେ ଏଡିଆର ରିପୋର୍ଟ । କିଏ କେତେ ଧନୀ, କାହା ନାଁରେ କେତେ ମାମଲା । ଧନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠୁ ଆଗରେ । ନବୀନଙ୍କ ମୋଟ ସ୍ଥାବର-ଅସ୍ଥାବର ସଂପତ୍ତି ହେଉଛି ୬୩ କୋଟି । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଝାରସୁଗୁଡ଼ା ବିଧାୟିକା ଦୀପାଲି ଦାସ । ତୃତୀୟରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ।

ସେହିପରି ଏଡିଆର ରିପୋର୍ଟ ଅନୁସାରେ ସବୁଠୁ ଗରିବ ବିଧାୟକ ହେଉଛନ୍ତି ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି । ଜାଣି ଆଶ୍ଚର୍ଯ୍ୟ ହେବେ କି ମକରନ୍ଦଙ୍କ ସଂପତ୍ତି ମାତ୍ର ୧୫ ହଜାର ଟଙ୍କା । କୋଟିପତି ତାଲିକାରେ ଅଛନ୍ତି ୯୫ ଜଣ ବିଧାୟକ । ୪୭ ବିଧାୟକଙ୍କ ନାଁରେ ସଂଗୀନ ଅପରାଧିକ ମାମଲା ଥିବାବେଳେ ଦୁଇ ବିଧାୟକଙ୍କ ନାଁରେ ହତ୍ୟା ଭଳି ସଂଗୀନ ମାମଲା ରହିଛି । ୧୧ ବିଧାୟକଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ଥିଲାବେଳେ ୧୨ ବିଧାୟକଙ୍କ ନାଁରେ ମହିଳା ହିଂସା ମାମଲା ଥିବା ଏଡିଆର ରିପୋର୍ଟରୁ ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ