Masthead

ଚିନି ରପ୍ତାନି ବନ୍ଦ କଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚିନି ରପ୍ତାନି ବନ୍ଦ କରିବା ପାଇଁ ଭାରତ ସରକାରଙ୍କ ବଡ଼ ଘୋଷଣା  ।  ଶିଳ୍ପ ଓ ବାଣିଜ୍ୟ ବିଭାଗ ଅଧୀନରେ ଥିବା DGF ପକ୍ଷରୁ ଘୋଷଣା ।  ମୁଦ୍ରାସ୍ଫୀତି ଓ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି ।  ସେପ୍ଟେମ୍ବର ୩୦ ଯାଏ ଚିନି ରପ୍ତାନି ବନ୍ଦ ନେଇ ସରକାରଙ୍କ ଘୋଷଣା ।  ୟୁରୋପିଆନ ୟୁନିୟନ ଓ USA ଉପରେ ଲାଗୁ ହେବନି ରପ୍ତାନି କଟକଣା ।

ବ୍ରାଜିଲ ପରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ ଚିନି ଉତ୍ପାଦନକାରୀ ଦେଶ। ସରକାର ଚିନି କମ୍ପାନୀଗୁଡ଼ିକୁ ୧୫ ଲକ୍ଷ ମେଟ୍ରିକ ଟନ୍ ଚିନି ରପ୍ତାନି କରିବାକୁ ଅନୁମତି ଦେଇଥିଲେ। ଘରୋଇ ଚାହିଦାଠାରୁ ଅଧିକ ଉତ୍ପାଦନ ହେବ ବୋଲି ଆଶା କରାଯାଉଥିଲା। ତେବେ ଏଲ୍ ନିନୋ କାରଣରୁ ମୌସୁମୀ ଋତୁରେ କମ୍ ବର୍ଷା ହେବାର ଆଶଙ୍କା ରହିଛି। ଆଖୁ ଉତ୍ପାଦନକାରୀ ରାଜ୍ୟଗୁଡ଼ିକରେ ଖରାପ ଅମଳ ଯୋଗୁଁ, ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଉତ୍ପାଦନ କମ୍ ରହିବ। ତେଣୁ ଦେଶରେ ଚିନିର ମୂଲ୍ୟ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ଚିନିର ରପ୍ତାନି ଉପରେ ରୋକ ଲଗାଇଛନ୍ତି।

Image

ତେବେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, ରପ୍ତାନି ପାଇଁ ଲୋଡ୍ ହୋଇଥିବା ମାଲ୍ କିମ୍ଵା ସିପିଂ ବିଲ୍ ସରି ଜାହାଜ ଭାରତୀୟ ବନ୍ଦରରେ ଲାଗିଛି ତାହେଲେ ପ୍ରତିବନ୍ଧକ ଲଗାଯିବ ନାହିଁ।  ଭାରତ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ବିଶ୍ଵ ବଜାରରେ ଚିନି ମୂଲ୍ୟ ବୃଦ୍ଧି ପାଇଛି। ନ୍ୟୁୟର୍କରେ କଞ୍ଚା ଚିନି ଫ୍ୟୁଚର୍ସର ମୂଲ୍ୟ ୨% ରୁ ଅଧିକ ବୃଦ୍ଧି ପାଇଛି। ଲଣ୍ଡନରେ ଧଳା ଚିନି ଫ୍ୟୁଚର୍ସର ମୂଲ୍ୟ ୩% ବୃଦ୍ଧି ପାଇଛି। କଣ୍ଟ୍ରାକ୍ଟ ରଦ୍ଦ ହେବା ଯୋଗୁଁ ଚିନି ବ୍ୟବସାୟୀମାନେ ଆର୍ଥିକ କ୍ଷତି ସହିବେ। ଭାରତ ସରକାର ଚିନି ଉତ୍ପାଦନ ପରିବର୍ତ୍ତେ ଇଥାନଲ୍ ଉତ୍ପାଦନ ପାଇଁ ଆଖୁ ବ୍ୟବହାର କରିବାକୁ ଚାହୁଁଛନ୍ତି। ୨୦% ଇଥାନଲ୍ ମିଶ୍ରଣର ଲକ୍ଷ୍ୟ ରଖାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ସୃଷ୍ଟି ହେଲା ଲଘୁଚାପ 🔴 ୫ ବର୍ଷ ଧରି ପୋଖରୀରେ ନାବାଳକ 🔴 ଡିଜିପି ଚୟନ ସୁପ୍ରିମକୋର୍ଟରେ ମାମଲା 🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ସୃଷ୍ଟି ହେଲା ଲଘୁଚାପ 🔴 ୫ ବର୍ଷ ଧରି ପୋଖରୀରେ ନାବାଳକ 🔴 ଡିଜିପି ଚୟନ ସୁପ୍ରିମକୋର୍ଟରେ ମାମଲା 🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ