Masthead

ତତଲା ତାୱାରେ ସିଝୁଛି ଓଡ଼ିଶା, ଆହୁରି ବଢିବ ତାପମାତ୍ରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ରାଜ୍ୟରେ ଜାରି ରହିଛି ପ୍ରଖର ଗ୍ରୀଷ୍ମପ୍ରବାହ । ଆସନ୍ତା ୫ଦିନ ପର୍ଯ୍ୟନ୍ତ ଏହି ତାତିରୁ ନିସ୍ତାର ମିଳିବନାହିଁ । ଯାହାକୁ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ଦିନରେ ତାପମାତ୍ରା ସ୍ବାଭାବିକ ଠାରୁ ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି।କାଲିଠୁ ୧୫ ତାରିଖ ଯାଏ ଅତିପ୍ରଖର ଗ୍ରୀଷ୍ମ ପ୍ରବାହ ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ କରାଯାଇଛି । କାଲି ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ । ୧୪ ତାରିଖରେ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଏବଂ ସମ୍ବଲପୁର ।

୧୫ ତାରିଖରେ ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେବଗଡ଼ , ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ ଏବଂ ଝାରସୁଗୁଡା ଜିଲ୍ଲାକୁ ହିଟଓ୍ବେଭ୍ ଆଲର୍ଟ ଜାରି କରାଯାଇଛି । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ଶୁଷ୍କ ବାୟୁ ପ୍ରବାହ ବଢିଛି। ଗତକାଲି ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪୧.୬ ଡିଗ୍ରୀ ବାରିପଦାଠାରେ ରେକର୍ଡ କରାଯାଇଛି । ଚଳିତ ବର୍ଷ ପ୍ରଥମ ଥର ଭୁବନେଶ୍ୱର ଓ କଟକ ତାପମାତ୍ରା ୪୦ ଡିଗ୍ରୀ ପାର କରିଥିଲା । ଭୁବନେଶ୍ୱରରେ ୪୦.୭ ଓ କଟକରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜଧାନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ 🔴 ବୁର୍ଲାରେ ଦୁର୍ଦ୍ଦାନ୍ତ ମନୀଷକୁ ଏନକାଉଣ୍ଟର 🔴 ଆହୁରି ବଢ଼ିବ ଗରମ 🔴 ଏଲଆଇସି ଅଫିସରେ ଅଗ୍ନିକାଣ୍ଡ 🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ରାଜଧାନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ 🔴 ବୁର୍ଲାରେ ଦୁର୍ଦ୍ଦାନ୍ତ ମନୀଷକୁ ଏନକାଉଣ୍ଟର 🔴 ଆହୁରି ବଢ଼ିବ ଗରମ 🔴 ଏଲଆଇସି ଅଫିସରେ ଅଗ୍ନିକାଣ୍ଡ 🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ