Masthead

ଅନ୍ୟ ଜାତିରେ ବାହା ହେବାରୁ କୂଳରୁ ବାସନ୍ଦ

ଗୁଣୁପୁର (ବଡ଼ ଖବର ବ୍ୟୁରୋ): ଅନ୍ୟ ଜାତିରେ ବାହା ହେଲେ ବୋଲି କୂଳରୁ ବାସନ୍ଦ ହେଲେ । ଏହି ଭଳି ଅଭିଯୋଗ ଦେଖିବାକୁ ମିଳିଛି ଗୁଡ଼ାରୀରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଗୁଣପୁର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ପଦ୍ମପୁର ଅଂଚଳର କୂଳରୁ ବାସନ୍ଦ ହୋଇଥିବା ୮ ଗୋଟି ପରିବାର । ରାୟଗଡା ଜିଲ୍ଲା ପଦ୍ମପୁର ଗ୍ରାମର କିଛି ତେଲି ସମ୍ପ୍ରଦାୟର ପରିବାର ଆଜି ଗୁଡ଼ାରୀ ବ୍ଲକରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ପ୍ରକୋଷ୍ଠରେ କୂଳରୁ ବାସନ୍ଦ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ଜାତିରେ ବାହା ହେଲେ ଆମକୁ ଆମ ଗ୍ରାମର ‘ଆର୍ଯ୍ୟ ତୈଳିକ ବୈଶ୍ୟ ସମାଜ’ କୂଳରୁ ବାସନ୍ଦ କରୁଛି ବୋଲି ଅଭିଯୋଗ କରିଛନ୍ତି । ବାସନ୍ଦ ହୋଇଥିବା ପରିବାରଙ୍କ ସହ ଅନ୍ୟ ସମ୍ପର୍କୀୟ ସମ୍ପର୍କ ରଖିଲେ କୂଳରୁ ବାସନ୍ଦ ହେବାର ଭୟ ଦେଖାଉଛି । ଏମିତି କି ଗ୍ରାମର କିଛି ସାମାଜିକ କାର୍ଯ୍ୟକ୍ରମ କିମ୍ବା ଗ୍ରାମର କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ଆମକୁ ତୈଳିକ ସମାଜ ପକ୍ଷରୁ ବାରଣ କରାଯାଉଛି । ଫଳରେ ବର୍ଷ ବର୍ଷ ଧରି ଗ୍ରାମର ୧୫ ରୁ ୨୦ ପରିବାର କୂଳରୁ ବାସନ୍ଦ ହୋଇ ଭୟରେ ମୁହଁ ଖୋଲୁନାହାନ୍ତି ।

ଆର୍ଯ୍ୟ ତୈଳିକ ବୈଶ୍ୟ ସମାଜର ପ୍ରଥା ଯୋଗୁଁ ଆମେ ଓ ଆମ ପରିବାରବର୍ଗ ଶାରୀରିକ ଓ ମାନସିକ ଭାବେ ନିର୍ଯାତନାର ଶିକାର ହେଉଛୁ । ଏହି ଭଳି ସାମାଜିକ ବ୍ୟାଧି ଗଞ୍ଜାମ ଠାରୁ ଆରମ୍ଭ କରି ମାଲକାନଗିରି ଯାଏ ବ୍ୟାପିଛି । ପ୍ରଶାସନ ଘଟଣାକୁ ଗୁରୁତର ସହ ଗ୍ରହଣ କରି କୂଳରୁ ବାସନ୍ଦ ହୋଇଥିବା ପରିବାରଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ନିବେତନ କରିଛନ୍ତି କୂଳରୁ ବାସନ୍ଦ ହୋଇଥିବା ପରିବାର ସଦସ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି