Masthead

ସଂଶୋଧିତ କୃଷି ଆଇନକୁ ବିରୋଧ ଜାରି: ଜାଣନ୍ତୁ ଆଜିର ଅପଡେଟ୍

ନୂଆଦିଲ୍ଲୀ, (ବଡ଼ ଖବର ବ୍ୟୁରୋ): ନିକଟରେ ପାର୍ଲାମେଣ୍ଟରେ ପାରିତ ହୋଇଥିବା କୃଷି ଆଇନକୁ ଦେଶବ୍ୟାପୀ ବିରୋଧ ଜାରି ରହିଛି। ବିଭିନ୍ନ କୃଷକ ସଂଗଠନ ଏହାକୁ ତୀବ୍ର ବିରୋଧ କରୁଥିବାବେଳେ ଏହା କୃଷକ ବିରୋଧୀ ଆଇନ ବୋଲି ଦାବି କରି କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ ଚଳାଇଛି। ତେବେ କୃଷକ ସଂଗଠନଗୁଡ଼ିକ ସହ ଆଲୋଚନା ପାଇଁ ଆଜି ଅପରାହ୍ନରେ କେନ୍ଦ୍ର କୃଷି ସଚିବ ଏକ ବୈଠକ ଡକାଇଥିଲେ। ବୈଠକରେ ସାମିଲ ହେବା ପାଇଁ ୨୯ କୃଷକ ସଂଗଠନକୁ ନିମନ୍ତ୍ରଣ କରାଯାଇଥିଲା। ନୂଆଦିଲ୍ଲୀସ୍ଥିତ କୃଷକ ଭବନରେ ବୈଠକ ଅନୁଷ୍ଠିତ ହେବାର ଥିଲା।

ତେବେ ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ସାମିଲ ହୋଇ ନ ଥିବାରୁ କୃଷକ ନେତାମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। କୃଷକ ନେତାମାନଙ୍କୁ ମନାଇବାରେ ବିଫଳ ହୋଇଛନ୍ତି ସଚିବ। ଏହି ଆଇନ ଦ୍ୱାରା ଶିଳ୍ପପତିମାନେ ମାଲାମାଲ ହେବେ। କୃଷକଙ୍କୁ ଏହାର କୌଣସି ସୁଫଳ ମିଳିବ ନାହିଁ ବୋଲି କହିଥିଲେ କୃଷକ ନେତା। ଏହାକୁ ଏକ କଳା ଆଇନ ବୋଲି ଅଭିହିତ କରି କୃଷକ ନେତାମାନେ ବୈଠକକୁ ବର୍ଜନ କରି ବାହାରକୁ ଚାଲି ଆସିଥିଲେ। ଏପରିକି ବାହାରକୁ ଆସି ଆଇନ ସମ୍ପର୍କିତ ବିଭିନ୍ନ ଦସ୍ତାବିଜ ଚିରିଫାଡ଼ି ଦେଇଥିଲେ। ଏହି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଥିଲେ। ନଚେତ୍ କୃଷକ ସଂଗଠନଗୁଡ଼ିକର ପରବର୍ତ୍ତୀ କାର୍ଯ୍ୟପନ୍ଥା କ’ଣ ରହିବ ସେ ନେଇ ସରକାରଙ୍କୁ ଜଣାଇ ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ