ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାହାରେ ଝାଞ୍ଜିକୁ ଘରେ ଗରମ ବାମ୍ଫ । ଛଟପଟ ଜନଜୀବନ । ଅସ୍ୱାଭାବିକ ତାତିକୁ ବାୟୁମଣ୍ଡଳରେ ଭୀଷଣ ଆର୍ଦ୍ରତା ଯୋଗୁ ଯେତିକି ତାପମାତ୍ରା ରେକର୍ଡ ହେଉଛି, ତା’ଠାରୁ ଅନୁଭୂତ ତାତି ଢେର ଅଧିକ ରହୁଛି । ସନ୍ଧ୍ୟା ପରେ ବି ବାତାବରଣ ଥଣ୍ଡା ପଡ଼ୁନି । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ରାତି ୭ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରାୟ ୩୫ରୁ ୩୮ ଡିଗ୍ରୀ ଭଳି ଗରମ ଅନୁଭୂତ ହେଉଛି । ରାତି ତାପମାତ୍ରା ପ୍ରାୟତଃ ୨୮-୩୦ ଡିଗ୍ରୀ ଭିତରେ । ଏପରିକି ସକାଳୁ ଯେଉଁଭଳି ଆର୍ଦ୍ରତା ରହୁଛି, ୩୨ ଡିଗ୍ରୀ ଭଳି ଗରମ ଅନୁଭୂତ ହେଉଛି । ବୁଧବାର ଝାରସୁଗୁଡ଼ା, ବୌଦ୍ଧ, ମୟୂରଭଞ୍ଜରେ ହିଟ୍ ୱେଭ୍ ନେଇ ସତର୍କ ସୂଚନା ଜାରି ହୋଇଛି ।

ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳରେ ଗରମ ସହ ଗୁଳୁଗୁଳି ଅନୁଭୂତ ହୋଇପାରେ । ୨୧ରୁ ୨୩ ପର୍ଯ୍ୟନ୍ତ ଆହୁରି ଅଧିକ ଅଞ୍ଚଳରେ ହିଟ୍ ୱେଭ୍ ଏବଂ ଗୁଳୁଗୁଳି ନେଇ ପାଣିପାଗ ବିଭାଗ ସତର୍କ କରାଇଛି । ମଙ୍ଗଳବାର ସକାଳ ୧୧ଟା ୩୦ ସମୟ ସୁଦ୍ଧା ଝାରସୁଗୁଡ଼ା ତାପମାତ୍ରା ୪୧ ଡିଗ୍ରୀ ଓ ସମ୍ବଲପୁର ଏବଂ ହୀରାକୁଦ ୪୦ ଡିଗ୍ରୀ ଡେଇଁ ସାରିଥିଲେ । ଭୁବନେଶ୍ୱର ତାପମାତ୍ରା ୩୭.୬ ଡିଗ୍ରୀରେ ପହଞ୍ଚିଥିଲା । ଆସନ୍ତା ୫ ଦିନ ଭିତରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢ଼ିପାରେ । ରାଜ୍ୟରେ ବର୍ତ୍ତମାନ ଘଡ଼ଘଡ଼ି ସହ କାଁ ଭାଁ ବର୍ଷା ସମ୍ଭାବନା ଅଛି । ବୁଧବାରଠାରୁ ରାଜ୍ୟରେ ଗ୍ରୀଷ୍ମ ଲହରୀ ପ୍ରକୋପ ବଢ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!