Masthead

ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାହାରେ ଝାଞ୍ଜିକୁ ଘରେ ଗରମ ବାମ୍ଫ । ଛଟପଟ ଜନଜୀବନ । ଅସ୍ୱାଭାବିକ ତାତିକୁ ବାୟୁମଣ୍ଡଳରେ ଭୀଷଣ ଆର୍ଦ୍ରତା ଯୋଗୁ ଯେତିକି ତାପମାତ୍ରା ରେକର୍ଡ ହେଉଛି, ତା’ଠାରୁ ଅନୁଭୂତ ତାତି ଢେର ଅଧିକ ରହୁଛି । ସନ୍ଧ୍ୟା ପରେ ବି ବାତାବରଣ ଥଣ୍ଡା ପଡ଼ୁନି । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ରାତି ୭ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରାୟ ୩୫ରୁ ୩୮ ଡିଗ୍ରୀ ଭଳି ଗରମ ଅନୁଭୂତ ହେଉଛି । ରାତି ତାପମାତ୍ରା ପ୍ରାୟତଃ ୨୮-୩୦ ଡିଗ୍ରୀ ଭିତରେ । ଏପରିକି ସକାଳୁ ଯେଉଁଭଳି ଆର୍ଦ୍ରତା ରହୁଛି, ୩୨ ଡିଗ୍ରୀ ଭଳି ଗରମ ଅନୁଭୂତ ହେଉଛି । ବୁଧବାର ଝାରସୁଗୁଡ଼ା, ବୌଦ୍ଧ, ମୟୂରଭଞ୍ଜରେ ହିଟ୍ ୱେଭ୍ ନେଇ ସତର୍କ ସୂଚନା ଜାରି ହୋଇଛି ।

ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳରେ ଗରମ ସହ ଗୁଳୁଗୁଳି ଅନୁଭୂତ ହୋଇପାରେ । ୨୧ରୁ ୨୩ ପର୍ଯ୍ୟନ୍ତ ଆହୁରି ଅଧିକ ଅଞ୍ଚଳରେ ହିଟ୍ ୱେଭ୍ ଏବଂ ଗୁଳୁଗୁଳି ନେଇ ପାଣିପାଗ ବିଭାଗ ସତର୍କ କରାଇଛି । ମଙ୍ଗଳବାର ସକାଳ ୧୧ଟା ୩୦ ସମୟ ସୁଦ୍ଧା ଝାରସୁଗୁଡ଼ା ତାପମାତ୍ରା ୪୧ ଡିଗ୍ରୀ ଓ ସମ୍ବଲପୁର ଏବଂ ହୀରାକୁଦ ୪୦ ଡିଗ୍ରୀ ଡେଇଁ ସାରିଥିଲେ । ଭୁବନେଶ୍ୱର ତାପମାତ୍ରା ୩୭.୬ ଡିଗ୍ରୀରେ ପହଞ୍ଚିଥିଲା । ଆସନ୍ତା ୫ ଦିନ ଭିତରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢ଼ିପାରେ । ରାଜ୍ୟରେ ବର୍ତ୍ତମାନ ଘଡ଼ଘଡ଼ି ସହ କାଁ ଭାଁ ବର୍ଷା ସମ୍ଭାବନା ଅଛି । ବୁଧବାରଠାରୁ ରାଜ୍ୟରେ ଗ୍ରୀଷ୍ମ ଲହରୀ ପ୍ରକୋପ ବଢ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ