ବୁଲା କୁକୁର ପାଇଁ ମହାଭାରତ

ଉଦଳା(ବଡ଼ ଖବର ବ୍ୟୁରୋ): ବୁଲା କୁକୁର ପାଇଁ ମହାଭାରତ। ବିଧବା ମହିଳା ଓ ଦିବ୍ୟାଙ୍ଗ ଝିଅ କୁ ନିର୍ଘାତ ମାଡ଼ ମାରିଲେ । ଏମିତି କି ପଥର ମାଡ଼ କରିଲେ। ଶେଷରେ ଦିବ୍ୟାଙ୍ଗ ଝିଅକୁ ଧରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ବିଧବା ମହିଳା। ଉଦଳା ଥାନା ଉର୍ମଳ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଗ୍ରାମର ବିଧବା ମହିଳା ଫୁଲମଣି ହେମ୍ବ୍ରମ ନିଜ ଦିବ୍ୟାଙ୍ଗ ଝିଅ ସହିତ ଘରେ ରୁହନ୍ତି। ତାଙ୍କ ଘର ବାହାରେ ଥିବା ଏକ ଗଛ ମୂଳରେ ଗୋଟିଏ ବୁଲା କୁକୁର କିଛି ସମୟ ଶୋଇବା ପରେ ଗ୍ରାମ ଆଡକୁ ଯାଇଥିଲେ।

ଏହି ସମୟରେ ଗ୍ରାମର ଲୋକମାନେ ଆସି ବୁଲା କୁକୁର ପାଳିଛୁ, ଆଉ ସେହି କୁକୁର ଆମ ଛେଳିକୁ ଆକ୍ରମଣ କରୁଛି ବୋଲି କହି ଫୁଲମଣି ହେମ୍ବ୍ରମ ଏବଂ ତାଙ୍କ ଦିବ୍ୟାଙ୍ଗ ଝିଅକୁ ନିର୍ଘାତ ମାଡ଼ ମାରିଥିଲେ। ଏପରିକି ଦିବ୍ୟାଙ୍ଗ ଝିଅକୁ ପଥର ଫୋପାଡ଼ି ମାରିଥିଲେ । ଯେଉଁଥିରେ ଦିବ୍ୟାଙ୍ଗ ଝିଅର ମୁଣ୍ଡ ଫୁଲି ଯାଇଛି। ତେବେ ଗ୍ରାମବାସୀଙ୍କ ମାଡ଼ରେ ଗୁରୁତର ହୋଇଥିବା ଫୁଲମଣି ନିଜ ଦିବ୍ୟାଙ୍ଗ ଝିଅକୁ ମେଡିକାଲରେ ଚିକିତ୍ସା କରାଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କୌଣସି କୁକୁର ସେ ପୋଷି ନାହାନ୍ତି ବୋଲି କହିଛନ୍ତି ଫୁଲମଣି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ