Masthead

ଘରୁ ବାହାରକୁ ବାହାରନ୍ତୁନି…ଅଂଶୁଘାତ ସମ୍ଭାବନା!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଆକାଶରୁ ବର୍ଷୁଛି ନିଆଁପିଣ୍ଡୁଳା । ପ୍ରଚଣ୍ଡ ରୌଦ୍ର ତାପ ଓ ଅସହ୍ୟ ଗୁଳୁଗୁଳିରେ ଆଉଟପାଉଟ ହେଉଛି ପୂରା ଓଡ଼ିଶା । ରାଜ୍ୟରେ ପାରା ୪୬ ଡିଗ୍ରୀ ଛୁଇଁଲାଣି । ଆଗାମୀ ୫ ଦିନ ନୁହେଁ, ବରଂ ଆସନ୍ତା ୩୦ ମଇ ଯାଏଁ ଓଡ଼ିଶାବାସୀଙ୍କୁ ଏହି ତାତିରୁ ମିଳିବନି ତ୍ରାହି । ଏହି ସମୟ ମଧ୍ୟରେ ତାପମାତ୍ରା ଆହୁରି ୨ ଡିଗ୍ରୀ ପର୍ୟ୍ୟନ୍ତ ବଢିବାର ଆଶଙ୍କା ରହିଛି ।ଗୋଟିଏ ଘଣ୍ଟା ଖରାରେ ଠିଆ ହେଲେଟ୍ଟ ହୃଦଘାତ, ଅଂଶୁଘାତ ସମ୍ଭାବନା ବି ଢେର୍ ଅଧିକ ଅଛି । ପାଣିପାଗକୁ ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ବଙ୍ଗୋପସାଗରୀୟ ପବନ ଦୁର୍ବଳ ଥିବାରୁ କାଳବୈଶାଖୀ ସମ୍ଭାବନା ଏବେ କ୍ଷୀଣ ହୋଇପଡ଼ିଛି ।

ଦିନ ବେଳା ଆକାଶ ମେଘମୁକ୍ତ ରହୁଥିବାରୁ ସିଧାସଳଖ ସୂର୍ୟ୍ୟତାପ ସହିତ ରାତିରେ ବାଦଲ ଯୋଗୁଁ ଗୁଳୁଗୁଳି ଅଧିକ ଅନୁଭୂତ ହେଉଛି । ପଶ୍ଚିମ ଓଡ଼ିଶାକୁ ଉତ୍ତର-ପଶ୍ଚିମ ଦିଗରୁ ଗରମ ଶୁଷ୍କ ପବନ ମାଡ଼ୁଥିବାରୁ ସ୍ଥିତି ଅଧିକ ଜଟିଳ ହେଉଛି ।ତେବେ ଆସନ୍ତା ୨୯ କିମ୍ବା ୩୦ ତାରିଖରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେଇପାରେ । ମେ ଶେଷ ପର୍ୟ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରକୋପ ଜାରି ରହିବା ସହ ଅନେକ ସ୍ଥାନରେ ତାପମାତ୍ରା ୪୦ରୁ ୪୫ ଡିଗ୍ରି ରହିବ । ଦିନବେଳେ ଆକାଶ ମେଘମୁକ୍ତ ରହୁଥିବାରୁ ଖରାର ପ୍ରଭାବ ମଧ୍ୟ ବଢ଼ୁଛି । ଅନ୍ୟପଟେ ଜୁନ ୫ ତାରିଖ ପୂର୍ବରୁ ମୌସୁମୀ ଆସିବାର କୌଣସି ସମ୍ଭାବନା ନଥିବାରୁ ଆହୁରି କିଛି ଦିନ ଯାଏଁ ଲୋକଙ୍କୁ ତାତି ସହିବାକୁ ପଡ଼ିବ ।

  • ସବୁଠି ତାତି ଅସମ୍ଭାଳ; ପଶ୍ଚିମ ଓଡ଼ିଶା ୪୦ ଡିଗ୍ରୀ ଉପରେ
  • ଝାରସୁଗୁଡ଼ା ୪୧.୮, ସମ୍ବଲପୁର ୪୧.୨, ହୀରାକୁଦ ୪୦.୬ ଡିଗ୍ରୀ
  • ରାଜଧାନୀ ଭୁବନେଶ୍ବର ଆକାଶରୁ ଅଗ୍ନିବର୍ଷା
  • ସାଢ଼େ ୧୧ ସୁଦ୍ଧା ଭୁବନେଶ୍ବର ତାତି ୩୮.୪ଡିଗ୍ରୀ
  • ଗତକାଲି ଏହି ସମୟରେ ତାପମାତ୍ରା ୩୫.୪ ରେକର୍ଡ ହୋଇଥିଲା
ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା 🔴 ଘରୁ ବାହାରକୁ ବାହାରନ୍ତୁନି…ଅଂଶୁଘାତ ସମ୍ଭାବନା! 🔴 ବୁଲା କୁକୁର ପାଇଁ ମହାଭାରତ 🔴 ମନ୍ତ୍ରୀ ପରିଷଦ ବୈଠକ ଡାକିଲେ ମୋଦି 🔴 ବ୍ରହ୍ମପୁରରେ ଏନକାଉଣ୍ଟର 🔴 ଅସହ୍ୟ ତାତିରେ ଜଳୁଛି ଓଡ଼ିଶା 🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ 🔴 ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍ 🔴 ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା 🔴 ଘରୁ ବାହାରକୁ ବାହାରନ୍ତୁନି…ଅଂଶୁଘାତ ସମ୍ଭାବନା! 🔴 ବୁଲା କୁକୁର ପାଇଁ ମହାଭାରତ 🔴 ମନ୍ତ୍ରୀ ପରିଷଦ ବୈଠକ ଡାକିଲେ ମୋଦି 🔴 ବ୍ରହ୍ମପୁରରେ ଏନକାଉଣ୍ଟର 🔴 ଅସହ୍ୟ ତାତିରେ ଜଳୁଛି ଓଡ଼ିଶା 🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ 🔴 ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍