Masthead

ବୁଲା କୁକୁର ପାଇଁ ମହାଭାରତ

ଉଦଳା(ବଡ଼ ଖବର ବ୍ୟୁରୋ): ବୁଲା କୁକୁର ପାଇଁ ମହାଭାରତ। ବିଧବା ମହିଳା ଓ ଦିବ୍ୟାଙ୍ଗ ଝିଅ କୁ ନିର୍ଘାତ ମାଡ଼ ମାରିଲେ । ଏମିତି କି ପଥର ମାଡ଼ କରିଲେ। ଶେଷରେ ଦିବ୍ୟାଙ୍ଗ ଝିଅକୁ ଧରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ବିଧବା ମହିଳା। ଉଦଳା ଥାନା ଉର୍ମଳ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଗ୍ରାମର ବିଧବା ମହିଳା ଫୁଲମଣି ହେମ୍ବ୍ରମ ନିଜ ଦିବ୍ୟାଙ୍ଗ ଝିଅ ସହିତ ଘରେ ରୁହନ୍ତି। ତାଙ୍କ ଘର ବାହାରେ ଥିବା ଏକ ଗଛ ମୂଳରେ ଗୋଟିଏ ବୁଲା କୁକୁର କିଛି ସମୟ ଶୋଇବା ପରେ ଗ୍ରାମ ଆଡକୁ ଯାଇଥିଲେ।

ଏହି ସମୟରେ ଗ୍ରାମର ଲୋକମାନେ ଆସି ବୁଲା କୁକୁର ପାଳିଛୁ, ଆଉ ସେହି କୁକୁର ଆମ ଛେଳିକୁ ଆକ୍ରମଣ କରୁଛି ବୋଲି କହି ଫୁଲମଣି ହେମ୍ବ୍ରମ ଏବଂ ତାଙ୍କ ଦିବ୍ୟାଙ୍ଗ ଝିଅକୁ ନିର୍ଘାତ ମାଡ଼ ମାରିଥିଲେ। ଏପରିକି ଦିବ୍ୟାଙ୍ଗ ଝିଅକୁ ପଥର ଫୋପାଡ଼ି ମାରିଥିଲେ । ଯେଉଁଥିରେ ଦିବ୍ୟାଙ୍ଗ ଝିଅର ମୁଣ୍ଡ ଫୁଲି ଯାଇଛି। ତେବେ ଗ୍ରାମବାସୀଙ୍କ ମାଡ଼ରେ ଗୁରୁତର ହୋଇଥିବା ଫୁଲମଣି ନିଜ ଦିବ୍ୟାଙ୍ଗ ଝିଅକୁ ମେଡିକାଲରେ ଚିକିତ୍ସା କରାଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କୌଣସି କୁକୁର ସେ ପୋଷି ନାହାନ୍ତି ବୋଲି କହିଛନ୍ତି ଫୁଲମଣି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଆଜିର ମ୍ୟାଚ୍ ରୋହିତଙ୍କୁ କମ୍ ବ୍ୟାକ କରିପାରେ 🔴 ଅଣ୍ଡା ଦର ଏବେ ଆକାଶ ଛୁଆଁ 🔴 ମସ୍କୋ ଉପରେ ୩୭୦ ଡ୍ରୋନ ମାଡ଼ 🔴 ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା 🔴 ୭ ଜିଲ୍ଲାରେ ଭାରି ବର୍ଷା !  🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଆଜିର ମ୍ୟାଚ୍ ରୋହିତଙ୍କୁ କମ୍ ବ୍ୟାକ କରିପାରେ 🔴 ଅଣ୍ଡା ଦର ଏବେ ଆକାଶ ଛୁଆଁ 🔴 ମସ୍କୋ ଉପରେ ୩୭୦ ଡ୍ରୋନ ମାଡ଼ 🔴 ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା 🔴 ୭ ଜିଲ୍ଲାରେ ଭାରି ବର୍ଷା !