Masthead

ପୋଲିସ୍‌ ମାଡ଼ରେ ଯୁବକଙ୍କ ମୃତ୍ୟୁ!

ଆସିକା (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ଅନ୍ତର୍ଗତ ସୁବଳିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଲିସ ମାଡରେ ଗୁରୁତର ପରେ ବ୍ରହ୍ମପୁର ଠାରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଏନେଇ ପରିବାର ଲୋକ ଥାନା ସମ୍ମୁଖରେ ଧାରଣାରେ ଥିବା ବେଳେ ବ୍ରହ୍ମପୁରରେ ମୃତ ଶବ ରହିଥିବା ସୂଚନା ରହିଛି । ମୃତ ବ୍ୟକ୍ତ ଜଣକ ହେଲେ ସୁବଳିଆ ଗ୍ରାମର ସୁଶାନ୍ତ କୁମାର ସାହୁ । ଗତ ୨୫ ତାରିଖ ଦିନ ପୋଲିସ କୈାଣସି ଏକ ଅଭିଯୋଗକୁ ନେଇ ଥାନାକୁ ନେଇଥିଲେ ।

ସେଠାରେ ପଚାରାଉଚାର ସମୟରେ କୁଆଡେ୍ ମାଡ ମାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଗତକାଲ ରାତିରେ ପୋଲିସ ସୁଶାନ୍ତର ବାପାକୁ ଡାକି ଜିମା ଦେଇ ଛାଡିଥିଲେ । ସେତେବେଳେ ତାର ଅବସ୍ଥା ଗୁରୁତର ହେବାରୁ ବାପା ପୁଅ ସୁଶାନ୍ତକୁ ବ୍ରହ୍ମପୁର ମେଡିକାଲକୁ ନେଇଥିଲେ । ସେଠାରେ କୁଆଡେ ପୁଅ ସୁଶାନ୍ତର ମୃତ୍ୟୁ ହୋଇଥିଲା । ଏସବୁ ପୋଲିସ ମାଡ ଯୋଗୁଁ ତାଙ୍କ ପୁଅର ମୃତ ହୋଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ସେପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଦକ୍ଷିଣାଞ୍ଚଳ ଆଇଜି । ଗଞ୍ଜାମ ଏସ୍‌ପିଙ୍କୁ ତଦନ୍ତ ଦାୟିତ୍ୱ ଦେଲେ ଆଇଜି ନୀତିଶେଖର । ଏସ୍‌ପି ଘଟଣାସ୍ଥଳକୁ ଯାଉଛନ୍ତି, ତଦନ୍ତ ରିପୋର୍ଟ ପରେ କାର୍ୟ୍ୟାନୁଷ୍ଠାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ