Masthead

୧୨ବର୍ଷରେ ପାଦ ଥାପିଛନ୍ତି ମୋଦି ସରକାର ମୋଦିଙ୍କ ଐତିହାସିକ ୧୨ବର୍ଷ ପୂର୍ତ୍ତି

(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ତୃତୀୟ ପାଳିକୁ ଆଜି ପୁରିଛି ୨ବର୍ଷ । ୨୦୧୪ ମେ ୨୬ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେଇଥିଲେ । ୨୦୧୪ରୁ ଆଜି ଯାଏଁ ନିରବଚ୍ଛିନ୍ନ ଭାବେ ପ୍ରଧାନମନ୍ତ୍ରୀ ମୋଦି କାର୍ୟ୍ୟ ତୁଲାଇ ଆସୁଛନ୍ତି । ଆଉ ୨୦୨୪ ଠାରୁ ଆରମ୍ଭ ହୋଇଥିଲା ମୋଦୀଙ୍କର ତୃତୀୟ ପାଳି ଯାହାକୁ ଆଜି ଛୁଇଁଛି ୨ବର୍ଷ । ମୋଦିଙ୍କ ପ୍ରଧାନମନ୍ତ୍ରୀ କାର୍ୟ୍ୟକାଳ ଭିତରେ ଦେଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏହାରି ଭିତରେ ତିନି ତଲାକ୍ ବିଲ ଉଚ୍ଛେଦ, କାଶ୍ମୀରରୁ ଧାରା ୩୭୦ ହଟାଇବା ଏବଂ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉଛି ତାଙ୍କ ଶାସନ କାଳର ପ୍ରମୁଖ ଘଟଣାବଳୀ । ପ୍ରଧାନମନ୍ତ୍ରୀ ଯେଉଁ ରେର୍କଡ କରିଛନ୍ତି ୨୦୧୪ରୁ ଆଜି ଯାଏଁ ନିରବିଚ୍ଛିନ୍ନ ଭାବରେ ରହି କାର୍ୟ୍ୟ କରିବା । ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ମଧ୍ୟ ଶାସନ କ୍ଷମତାର ସମୟ ଗଣତିରେ ପଛରେ ପକାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ଲମ୍ବା ସମୟ ଧରି ପ୍ରଧାନମନ୍ତ୍ରୀ ହେବାରେ ତାଙ୍କର ଲଗାତାର ରେର୍କଡ ରହିଛି । ମୋଦୀ ସଫଳତାର ସହ ଭାରତୀୟ ଜନତା ପାର୍ଟିକୁ ଶୀର୍ଷରେ ରଖିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଏହି ଅବସରରେ ଆସନ୍ତାକାଲି, ୧୦ଜୁନରେ ପ୍ରଧାନମନ୍ତ୍ରୀ ମୋଦି ଆଉ ଏକ ବଡ ଇତିହାସ ସୃଷ୍ଟି କରିବେ । ସେ ଭାରତର ଇତିହାସରେ ସର୍ବାଧିକ ସମୟ (୪,୪୦୦)ଦିନ ଧରି ଲଗାତାର ପଦରେ ରହିଥିବା ପ୍ରଥମ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବେ । ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ତାଙ୍କ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଏହି ୧୨ ବର୍ଷ ଦେଶର ବିକାଶ , ଜନସାଧାରଣଙ୍କ ବିଶ୍ୱାସ ଏବଂ ଗରିବ କଲ୍ୟାଣ ପାଇଁ କାର୍ୟ୍ୟ ଜାରି ରଖିଛି।ସରକାରଙ୍କ ଲକ୍ଷ୍ୟ ହେଉଛି ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଭାରତରେ ପରିଣତ କରିବା ।

ଗତ କିଛି ବର୍ଷ ମଧ୍ୟରେ ଡିଜିଟାଲ୍ ଇଣ୍ଡିଆ, ଜନଧନ ଯୋଜନା, ଭିତ୍ତିଭୂମି ବିକାଶ ଏବଂ ସୁଦୃଢ ବିଦେଶ ନୀତି ଭଳି ପଦକ୍ଷେପ ନେଇ ସଫଳତାର ସହ ଦେଶର ଚିତ୍ରକୁ ବଦଳାଇ ପାରିଛୁ। ମୋଦୀ ସରକାର ଜନସାଧାରଣଙ୍କୁ କେତେକ ଉପଲବ୍ଧି ଯଥା, ୪କୋଟିରୁ ଅଧିକ ପକ୍କା ଘର,୧୦.୫ରୁ ଅଧିକ ଉଜ୍ଜଳା ଗ୍ୟାସ ଯୋଗାଣ ,୩କୋଟି ଲକ୍ଷପତି ଦିଦି ସୃଷ୍ଟି ଲକ୍ଷ୍ୟ,ପ୍ରତ୍ୟେକ ଘରେ ଟ୍ୟାପ ପାଣି ସଂଯୋଗ,୧୬ କୋଟି ଘରେ ପହଞ୍ଚିଛି ହର୍ ଘର୍ ଜଲ୍, ୟୁପିଆଇ ଦ୍ୱାରା ବ୍ୟାପାର ସହଜ,ବିଶ୍ୱର ୫୬ ପ୍ରତିଶତ ଡିଜିଟାଲ କାରବାର ଭାରତରେ, ପ୍ରଧାନ ମନ୍ତ୍ରୀ ସୂର୍ୟ୍ୟ ଘର ଯୋଜନା, ୭୮ ହଜାର ଯାଏଁ ସୋଲାର ସବ୍ସିଡି, ମାଗଣା ୩୦ଲକ୍ଷ ଘର ଉପକୃତ,ମାଗଣା ରିସନ୍ ୮୧ କୋଟି ଲୋକ ହିତାଧିକାରୀ, ମୁଦ୍ରା ଯୋଜନାରେ ବନ୍ଧକ ମୁକ୍ତ ଋଣ,ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ନିର୍ମାଣ ୩୮ହଜାର କୋଟିରୁ ଉଦ୍ଧ୍ୱର୍ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ଆଦି ତାଙ୍କର ଦେଶବାସୀଙ୍କ ପ୍ରତି ଯୋଗଦାନ ରହିଛି । ବିଜେପି ଏବଂ ଏହାର ସହେଯାଗୀ ଦଳ ଗୁଡିକ (ଏନଡିଏ) ଏହି ଐତିହାସିକ ଦିନକୁ ଏକ ବଡ ରାଜନୈତିକ ସଫଳତା ଭାବେ ପାଳନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ‘ଧାମ’ ଶଦ୍ଦ 🔴 ରାଜଧାନୀରେ ପୁଣି ଲଜ୍ଜା : ବ୍ୟୁଟି ପାର୍ଲରରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ 🔴 ‘ଧାମ’ପାଇଁ ଶୁଭେନ୍ଧୁଙ୍କୁ ମୋହନଙ୍କ ଚିଠି “ଜଗନ୍ନାଥ ଧାମ” ବଦଳରେ ଶ୍ରୀ ଜଗନ୍ନାଥ ମନ୍ଦିର ଦୀଘା ଲେଖିବାକୁ ପ୍ରସ୍ତାବ 🔴 ୧୨ବର୍ଷରେ ପାଦ ଥାପିଛନ୍ତି ମୋଦି ସରକାର ମୋଦିଙ୍କ ଐତିହାସିକ ୧୨ବର୍ଷ ପୂର୍ତ୍ତି 🔴 ବନଖଣ୍ଡରେ ମୃତଦେହ ମିଳିବା ଘଟଣା, କଲରାପତରିଆ ବାଘ ମାରିଥିବା କହିଲା ବନବିଭାଗ 🔴 POKରେ ହିଂସା, ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳିମାଡ଼ 🔴 ୨ରୁ ୩ ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ 🔴 ଭୂମିକମ୍ପରେ ଥରିଲା ଫିଲିପାଇନ୍ସ 🔴 ଦିନରେ ଖରା ଅପରାହ୍ନରେ କାଳବୈଶାଖି 🔴 ଇରାନ୍-ଇସ୍ରାଏଲ ମଧ୍ୟରେ ଆରପାର୍ ଲଢେଇ 🔴 ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ‘ଧାମ’ ଶଦ୍ଦ 🔴 ରାଜଧାନୀରେ ପୁଣି ଲଜ୍ଜା : ବ୍ୟୁଟି ପାର୍ଲରରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ 🔴 ‘ଧାମ’ପାଇଁ ଶୁଭେନ୍ଧୁଙ୍କୁ ମୋହନଙ୍କ ଚିଠି “ଜଗନ୍ନାଥ ଧାମ” ବଦଳରେ ଶ୍ରୀ ଜଗନ୍ନାଥ ମନ୍ଦିର ଦୀଘା ଲେଖିବାକୁ ପ୍ରସ୍ତାବ 🔴 ୧୨ବର୍ଷରେ ପାଦ ଥାପିଛନ୍ତି ମୋଦି ସରକାର ମୋଦିଙ୍କ ଐତିହାସିକ ୧୨ବର୍ଷ ପୂର୍ତ୍ତି 🔴 ବନଖଣ୍ଡରେ ମୃତଦେହ ମିଳିବା ଘଟଣା, କଲରାପତରିଆ ବାଘ ମାରିଥିବା କହିଲା ବନବିଭାଗ 🔴 POKରେ ହିଂସା, ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳିମାଡ଼ 🔴 ୨ରୁ ୩ ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ 🔴 ଭୂମିକମ୍ପରେ ଥରିଲା ଫିଲିପାଇନ୍ସ 🔴 ଦିନରେ ଖରା ଅପରାହ୍ନରେ କାଳବୈଶାଖି 🔴 ଇରାନ୍-ଇସ୍ରାଏଲ ମଧ୍ୟରେ ଆରପାର୍ ଲଢେଇ