Masthead

ୟଲୋ ବାହିନୀର ଜମଦାର ପ୍ରଦର୍ଶନ,୪୯ ରନରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ପରାସ୍ତ

କୋଲକାତା (ବଡ଼ ଖବର ବ୍ୟୁରୋ):  ୟଲୋ ବାହିନୀର ଜମଦାର ପ୍ରଦର୍ଶନ । ଇଡେନ୍‌ ଗାର୍ଡେନ୍ସରେ ରବିବାର ଖେଳାଯାଇଥିବା ଚଳିତ ଆଇପିଏଲ୍‌ର ୩୫ତମ ମ୍ୟାଚ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସକୁ ୪୯ ରନ୍‌ରେ ପରାସ୍ତ କରି ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ଚେନ୍ନାଇ ସୁପର କିଙ୍ଗ୍ସ । ଆଜିଙ୍କ୍ୟ ରାହାଣେଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ରନ ବଳରେ ଚେନ୍ନାଇ ୪୯ ରନରେ କୋଲକାତାକୁ ହରାଇ ବିଜୟ ହାସଲ କରିଛି ଧୋନୀ ବାହିନୀ।

ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ସପ୍ତମ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଆଜିଙ୍କ୍ୟ ରାହାଣେଙ୍କ ଅପରାଜିତ ୭୧ ରନ, ଡେଭନ କନଓ୍ଵେଙ୍କ ୫୬ ଏବଂ ଶିବମ ଦୁବେଙ୍କ ବିସ୍ଫୋରକ ୫୦ ରନ ବଳରେ ଚେନ୍ନାଇ ୪ ଓ୍ଵିକେଟ୍ ହରାଇ ବିଶାଳ ୨୩୫ ରନ କରିଥିଲା। ଜବାବରେ କୋଲକାତା ୯ ଓ୍ଵିକେଟ୍ ବିନିମୟରେ ୧୯୦ ରନ କରି ପାରିଛି। ଜାସନ ରୟ ୬୧ ରନ କରିଥିବା ବେଳେ ରିଙ୍କୁ ସିଂଙ୍କ ଅପରାଜିତ ୫୫ ରନ ଦଳ ପାଇଁ ଯଥେଷ୍ଟ ନଥିଲା। ଅଧିନାୟକ ନୀତିଶ ରାଣା ୨୭ ରନ ଏବଂ ଭେଙ୍କଟେଶ ଆୟର ୨୦ ରନ କରିଥିଲେ। ଚେନ୍ନାଇ ପକ୍ଷରୁ ତୁଷାର ଦେଶପାଣ୍ଡେ ଏବଂ ମହିଷ ତୀକ୍ଷ୍ମଣା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ରୁତୁରାଜ ଗାୟକ୍ୱାର୍ଡ ଓ ଡେଭନ କନଭୟ ପ୍ରଥମ ଓ୍ଵିକେଟ୍‌ରେ ୭୩ ରନ୍ ଯୋଡ଼ିଥିଲେ। ଏହାପରେ ୭.୩ ଓଭରରେ ରୁତୁରାଜ ଗାୟକ୍ୱାର୍ଡ ପାଭିଲିୟନ ଫେରିଥିଲେ। ଏହାପରେ ୧୨.୧ ଓଭରରେ କନଭୟ ଏବଂ ୧୭.୩ ଓଭରେ ଶିବମ ଦୁବେ କରିଥିଲେ। ଓଭରରେ ରବୀନ୍ଦ୍ର ଜାଡ଼େଜା ୮ ବଲ୍‌ରେ ୧୮ ରନ୍ କରି ଆଉଟ୍ ହୋଇଥିଲେ। ଶେଷ ବେଳକୁ କ୍ୟାପ୍ଟେନ୍ ମହେନ୍ଦ୍ର ସିଂହ ଧୋନୀ ୩ ବଲ୍‌ରେ ୨ ରନ୍ ଓ ଆଜିଙ୍କ୍ୟ ରାହାଣେ ବ୍ୟାଟିଂ ପାଳି ଶେଷ କରିଥିଲେ। ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୩୬ ରନ୍ କରିଥିଲା। ଚେନ୍ନାଇ ପକ୍ଷରୁ ଆଜିଙ୍କ୍ୟ ରାହାଣେ ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି