Masthead

‘ଧାମ’ପାଇଁ ଶୁଭେନ୍ଧୁଙ୍କୁ ମୋହନଙ୍କ ଚିଠି “ଜଗନ୍ନାଥ ଧାମ” ବଦଳରେ ଶ୍ରୀ ଜଗନ୍ନାଥ ମନ୍ଦିର ଦୀଘା ଲେଖିବାକୁ ପ୍ରସ୍ତାବ

(ବଡ଼ ଖବର ବ୍ୟୁରୋ): ଜାତିର ନାଥ ଜଗନ୍ନାଥଙ୍କ ପାଇଁ କିଏ ବା ରହିବ ଚୁପ । କାହିଁକି ନା ତାଙ୍କ ‘ଧାମ’ ଜଗନ୍ନାଥ ଧାମକୁ ଅନ୍ୟତ୍ର ବ୍ୟବହାର ହେବ କିଏ ବା କାହିଁ ରହିବ ଚୁପ । ଯେବେଠାରୁ ପଶ୍ଚିମବଙ୍ଗ ଦୀଘା ଠାରେ ଜଗନ୍ନାଥ ମନ୍ଦିର ତୋଳି ବଙ୍ଗ ସରକାର ତାହାର ନାମ ‘ଜଗନ୍ନାଥ ଧାମ’ ଭାବରେ ନାମିତ କରିଛନ୍ତି ସେବେଠାରୁ ତା ବିରୋଧରେ ସ୍ୱର ଉଠି ଆସୁଛି । ଜଗନ୍ନାଥ ଭକ୍ତଙ୍କ ମଧ୍ୟରେ ଦେଖା ଦେଇ ଆସୁଛି ଅସନ୍ତୋଷ । ଆଉ ଏହାରି ଭିତରେ ପଶ୍ଚିମବଙ୍ଗରେ ଗଠନ ହୋଇଛି ନୂଆ ସରକାର । ମୁଖ୍ୟମନ୍ତ୍ରୀ ଭାବରେ ଶୁଭେନ୍ଧୁ ଅଧିକାରୀ ଶପଥ ନେବାର କେଇ ଦିନ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସକ୍ରିୟ ହୋଇଛନ୍ତି । ଶୁଭେନ୍ଧୁଙ୍କୁ ମୋହନ ଚିଠି ଲେଖି ‘ଜଗନ୍ନାଥ ଧାମ’ ଉଠାଇବାକୁ ଦାବୀ ଜଣାଇଛନ୍ତି । ମୋହନ ଉଲ୍ଲେଖ କରିଛନ୍ତି କି, ଚାରି ଧାମ ଭିତରେ ଶ୍ରୀକ୍ଷେତ୍ରରେ ଅବସ୍ଥାପିତ ‘ଜଗନ୍ନାଥ ଧାମ’ ହେଉଛି ଅନ୍ୟତମ । ଭକ୍ତଙ୍କ ଭାବନାକୁ ଆପଣ ସନମାନ ଜଣାଇ ବଙ୍ଗରେ ଥିବା ‘ଜଗନ୍ନାଥ ଧାମ’ ହଟାଇ ଦିଅନ୍ତୁ । ଶ୍ରୀ ଜଗନ୍ନାଥ ମନ୍ଦିର ଦୀଘା ଭାବରେ ନାମିତ କରିପାରିବେ । ତେଣୁ ନାମକରଣରେ ସଂଶୋଧନରେ ଆପଣ ହସ୍ତକ୍ଷପ କରିବାକୁ ମୋର ଅନୁରୋଧ ।
ସିଏମ ଶୁଭେନ୍ଧୁଙ୍କୁ ସିଏମ ମୋହନଙ୍କ ଚିଠି ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି କି, ରାଜ୍ୟ ସରକାର ଦୀଘା ସ୍ଥିତ ‘ଜଗନ୍ନାଥ ଧାମ’କୁ ନେଇ ଚିନ୍ତିତ । କାହିଁକି ନା ଭକ୍ତଙ୍କ ଭାବାବେଗ ସହ ଜଡିତ ରହିଛି ଧାମ ଶଦ୍ଦ । ତେଣୁ ଆମ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଚିଠି ଲେଖି ଅନୁରୋଧ କରିଛନ୍ତି ଆଶା ରହିଛି କି ବର୍ତ୍ତମାନର ସରକାର ତାହାକୁ ଗ୍ରହଣ କରି ‘ଧାମ’ ନାମ ଉଠାଇବେ । ପୂର୍ବ ସରକାରଙ୍କ ସମୟରେ ମଧ୍ୟ ଆମେ ଅନେକ ଚିଠି ଲେଖିଥିଲୁ କିନ୍ତୁ କେହି ତାକୁ ଗୁରୁତ୍ୱ ଦେଉନଥିଲେ । ଜଗନ୍ନାଥଙ୍କୁ ନେଇ ଆଉ ମନମାନି ଚଳିବ ନାହିଁ । ଗୋଟିଏ ପରେ ଗୋଟିଏ ବିବାଦ ତୁଟାଇବା ପାଇଁ ଏବେ ଆଗ ଭର ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ,ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ