Masthead

ଚଳନ୍ତା ୧୦୮ ଆମ୍ବୁଲାନ୍ସରୁ ଖସିଗଲା ଚକର ନଟ୍

ଉଦଳା (ବଡ଼ ଖବର ବ୍ୟୁରୋ): ଚାଲୁଥିଲା ଆମ୍ବୁଲାନ୍ସ, ବାହାରିଗଲା ଚକର ସବୁ ନଟ। ଅଳ୍ପକେ ବର୍ତ୍ତିଗଲେ ପ୍ରସୂତି ଏବଂ ନବଜାତକ। ଯେଉଁଥିପାଇଁ ଅଧ ଘଣ୍ଟାରୁ ଅଧିକ ହେବ ଆମ୍ବୁଲାନ୍ସ ଭିତରେ ପଡି ରହିଲେ ପ୍ରସୂତି ଏବଂ ନବଜାତକ। ଏଭଳି ଘଟଣା ଘଟିଛି ଉଦଳା ଗୌଡିୟ ମଠ ନିକଟରେ। କପ୍ତିପଦା ଥାନା ନଛିପୁର ଅଞ୍ଚଳର ଜଣେ ଗର୍ଭବତୀଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲ ନେବା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଡକାଇଥିଲେ ଆଶା ଦିଦି। ହେଲେ ଆମ୍ବୁଲାନ୍ସ ପହଂଚିବା ପୂର୍ବରୁ ଘରେ ପିଲା ଜନ୍ମ ହୋଇଯାଇଥିଲା।

ଆମ୍ବୁଲାନ୍ସ ପହଂଚିବା ପରେ ନବଜାତକ ଏବଂ ପ୍ରସୂତି ମହିଳାଙ୍କୁ ଆମ୍ବୁଲାନ୍ସରେ ନେଇ ଆଶା ଦିଦି ଉଦଳା ମେଡିକାଲ ଆସୁଥିଲେ। ହେଲେ ଉଦଳା ଗୌଡିୟ ମଠ ନିକଟରେ ଆମ୍ବୁଲାନ୍ସ ପଛ ଚକର ସମସ୍ତ ନଟ ଖୋଲି ଯାଇ ଟାୟାର ଟି ଗାଡ଼ିରୁ ଅଳ୍ପ ବାହାରି ଯାଇଥିଲା। ଆମ୍ବୁଲାନ୍ସର ପାଇଲଟ ଏହା ଜାଣିପାରି ଗାଡି ରାସ୍ତା କଡରେ ଅଟକାଇ ଦେଇଥିଲେ। ଯାହା ଫଳରେ ବଡ଼ ଦୁର୍ଘଟଣାରୁ ସମସ୍ତେ ବର୍ତ୍ତି ଯାଇଥିଲେ। ଅଧ ଘଣ୍ଟା ରୁ ଅଧିକ ସମୟ ଧରି ପ୍ରସୂତି ଏବଂ ନବଜାତକ ଆମ୍ବୁଲାନ୍ସ ଭିତରେ ପଡି ରହିବା ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଉଭୟଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା