Masthead

ହାତୀ ଆକ୍ରମଣରେ ବନକର୍ମଚାରୀଙ୍କ ମୃତ୍ୟୁ

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ବନାଞ୍ଚଳ ଜଗନ୍ନାଥପୁର ବିଟ ଜଗନ୍ନାଥପୁର ଗାଁରେ ଘଟିଛି ଏକ ଅଘଟଣ । ହାତୀ ଆକ୍ରମଣରେ ଦୁଇ ବନ କର୍ମଚାରୀ ଙ୍କ ମଧ୍ୟରୁ ଜଣେ ମୃତ, ଜଣେ ଗୁରୁତର । ମୃତକ ଜଣଙ୍କ ହେଲେ ଜଗନ୍ନାଥପୁର ଗ୍ରାମର ମୂଷା ସାହୁଙ୍କ ପୁଅ ବିଶ୍ୱ ରଞ୍ଜନ କୁମାର ସାହୁ ଓ ଗୁରୁତର ହେଲେ ନଳିତ ଦେହୁରୀଙ୍କ ପୁଅ ଦୟାନିଧି ଦେହୁରୀ । ଯନ୍ତୁ ଶିକାର ବଢ଼ୁଥିବାରୁ ପ୍ରତ୍ୟକ ଦିନ ଅପରାହ୍ନ ପୂର୍ବରୁ ବିଭିନ୍ନ ଅଞ୍ଚଳ ବନ କର୍ମଚାରୀମାନେ ଯାଞ୍ଚ କରନ୍ତି।

ଗତକାଲି ଅପରାହ୍ନରେ ଦୁଇ ବନ କର୍ମଚାରୀ ବିଶ୍ଵ ରଞ୍ଜନ ଏବଂ ଦୟାନିଧି ପଞ୍ଚାୟତ କାର୍ୟ୍ୟାଳୟ ପଛ ପଟକୁ ଯାଇ କାଳେ ଶିକାରୀ ଶିକାର ପାଇଁ ବିଦ୍ୟୁତ୍ ହୁକ ପକାଇ ଥିବେ ଯାଞ୍ଚ କରୁଥିବା ବେଳେ ହଠାତ୍ ହାତୀ ଆସି ଦୁହିଁଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ବିଶ୍ଵ ରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ଦୟାନିଧି ଚିତ୍କାର କରିବାରୁ ଅନ୍ୟ ବନକର୍ମଚାରୀ ଏବଂ ଗାଁ ଲୋକ ପହଁଚି ହାତୀକୁ ଘଉଡାଇ ଗୁରୁତର ଅବସ୍ଥାରେ ଦୟାନିଧିଙ୍କୁ ଉଦ୍ଧାର କରି ବନ୍ତଳା ଚିକିତ୍ସାଳୟ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏପଟେ ଘଟଣାସ୍ଥଳକୁ ବନ ବିଭାଗ ଓ ପୋଲିସ ପହଁଚି ମୃତ ଶରୀର ଉଦ୍ଧାର କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା