Masthead

ଲକ୍ଷ୍ନୌ ଭୟାବହ ଅଗ୍ନିକାଣ୍ଡ ମାମଲା, କିଏ ଅସଲ ଦୋଷି ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଅଲିଗଞ୍ଜ ସ୍ଥିତ ପୁରାଣିଆ ଅଞ୍ଚଳରେ ସୋମବାର ଘଟିଥିବା ଭୟାବହ ଅଗ୍ନିକାଣ୍ଡ ସମଗ୍ର ସହରକୁ ସ୍ତବ୍ଧ କରିଦେଇଛି । ଏକ କୋଚିଂ ସେଣ୍ଟରରେ ଲାଗିଯାଇଥିଲା ନିଆଁ । ଲକ୍ଷ୍ନୌ ରେ ଏକ ୩ମହଲା ଭବନରେ ଭୟାବହ ଅଗ୍ନିକାଣ୍ଡ ମାମଲାରେ ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୁଲିସ ଭବନର ୩ଜଣ ମାଲିକଙ୍କ ସମତେ ୪ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରାମକୃଷ୍ଣ ଉପାଧ୍ୟାୟ ,ବୀରେନ୍ଦ୍ର ପ୍ରସାଦ ଶୁକ୍ଲା , ତୁଷାର କୃଷ୍ଣ ଜୈସୱାଲ ଓ ସୁରେଶ କୁମାର ସାହୁ। ଏହି ଦୁର୍ଘଟଣା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କ୍ରମେ ଏକ ଦୁଇ ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଛି । ଯାହାକୁ ଆସନ୍ତା ୭ଦିନ ମଧ୍ୟରେ ରିର୍ପୋଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଦୁଃଖଦ ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଥିବାର ସୂଚନା ମିଳିଛି । ମୃତକମାନଙ୍କ ବୟସ ୨୦ରୁ ୨୪ ବର୍ଷ ବୟସ ମଧ୍ୟରେ ବୋଲି କୁହାଯାଉଛି, ଯାହାଫଳରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣା ସମୟରେ ହଠାତ୍ ଭବନରେ ନିଆଁ ଲାଗିଥିଲା ଏବଂ କିଛି ସମୟ ମଧ୍ୟରେ ପୁରା ମହଲଟି ଧୂଆଁ ଓ ଅଗ୍ନିଶିଖାରେ ଆବୃତ ହୋଇଯାଇଥିଲା । ନିଆଁ ଲାଗିବା ପରେ ଉପର ମହଲାରେ ଥିବା ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

ସୂଚନା ଅନୁସାରେ କିଛି ଲୋକ ଶୌଚାଳୟରେ ଫସିରହିଥିଲେ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଅନେକ ପିଲା ଜୀବନ ବିକଳରେ ଛାତରୁ ଡେଇଁ ପଡିଥିଲେ । ସୂଚନା ପାଇବା ପରେ ପୁଲିସ୍ ଏବଂ ଦମକଳ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏବଂ ସୁରକ୍ଷିତ ଭାବେ ସମସ୍ତଙ୍କୁ ବାହାରକୁ ଅଣାଯାଇଥିଲା । ପ୍ରଥମେ ଏହି ଘଟଣାକୁ ଏକ କୋଚିଂ ସେଣ୍ଟର ଓ ଲାଇବ୍ରେରୀ ସହ ଯୋଡି ଦେଖାଯାଇଥିଲା । କିନ୍ତୁ ପରେ ବରିଷ୍ଠ ପୁଲିସ୍ ଅଧିକାରୀମାନେ ସ୍ପଷ୍ଟ କରିଥଲେ ଯେ ଭବନରେ କୌଣସି କୋଚିଂ ସେଣ୍ଟର କିମ୍ବା ଲାଇବ୍ରେରୀ ଚାଲୁ ନ ଥିଲା । ଅଧିକାରୀମାନଙ୍କ କହିବା ଅନୁଯାଇ , ମହଲରେ ଏକ ପେଟ୍ ସପ୍ ଏବଂ ଗେମିଂ ଜୋନ୍ ଚାଲୁଥିଲା । ଏତେ ବଡ ଦୁର୍ଘଟଣା ପାଇଁ ଦାୟୀ କିଏ ? କାହାର ଭୁଲ୍ ପାଇଁ ୧୫ ଜୀବନ ଜଳିଗଲା । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଏହି ଘଟଣାର କଡା ତଦନ୍ତ କରାଯିବ । ଏବଂ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲକ୍ଷ୍ନୌ ଭୟାବହ ଅଗ୍ନିକାଣ୍ଡ ମାମଲା, କିଏ ଅସଲ ଦୋଷି ? 🔴 ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି, ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି 🔴 ହାତୀ ଆକ୍ରମଣରେ ବନକର୍ମଚାରୀଙ୍କ ମୃତ୍ୟୁ 🔴 ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ସତର୍କ ସୂଚନା 🔴 ଭିଜିଲାନ୍ସ ଜାଲରେ CDCA ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ମୁହଁରେ ଗାମୁଛା ପକାଇ ଲୁଟି ନେଲା ଦୁର୍ବୁତ୍ତ 🔴 ସମ୍ବଲପୁର ଭିଡ ହିଂସା ମାମଲା, ପୁଲିସ ୩ଜଣଙ୍କୁ ଅଟକ ରଖିଛି । 🔴 ଭତ୍ତା ହିତାଧିକାରୀଙ୍କୁ ମିଳିଲା ଆଶ୍ୱସ୍ତି 🔴 କ୍ରସ୍ ଭୋଟିଂ ଅଭିଯୋଗରେ ବିଜେଡିକୁ ଝଟକା 🔴 ଇସ୍ତଫା ଦେବେ ବ୍ରିଟେନ୍ ପିଏମ! 🔴 ଲକ୍ଷ୍ନୌ ଭୟାବହ ଅଗ୍ନିକାଣ୍ଡ ମାମଲା, କିଏ ଅସଲ ଦୋଷି ? 🔴 ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି, ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି 🔴 ହାତୀ ଆକ୍ରମଣରେ ବନକର୍ମଚାରୀଙ୍କ ମୃତ୍ୟୁ 🔴 ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ସତର୍କ ସୂଚନା 🔴 ଭିଜିଲାନ୍ସ ଜାଲରେ CDCA ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ମୁହଁରେ ଗାମୁଛା ପକାଇ ଲୁଟି ନେଲା ଦୁର୍ବୁତ୍ତ 🔴 ସମ୍ବଲପୁର ଭିଡ ହିଂସା ମାମଲା, ପୁଲିସ ୩ଜଣଙ୍କୁ ଅଟକ ରଖିଛି । 🔴 ଭତ୍ତା ହିତାଧିକାରୀଙ୍କୁ ମିଳିଲା ଆଶ୍ୱସ୍ତି 🔴 କ୍ରସ୍ ଭୋଟିଂ ଅଭିଯୋଗରେ ବିଜେଡିକୁ ଝଟକା 🔴 ଇସ୍ତଫା ଦେବେ ବ୍ରିଟେନ୍ ପିଏମ!