ରାୟଗଡା (ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ପଞ୍ଝାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ । ବିଲ କରାଇ ଦେବା ପାଇଁ କଣ୍ଟ୍ରାକ୍ଟର ଠୁ ନେଉଥିଲେ ୨ଲକ୍ଷ ଟଙ୍କା ଲାଞ୍ଚ । ରାତି ୯ଟାରେ ମାଡିବସିଲା ୧୦ଜଣିଆ ଭିଜିଲନ୍ସ ଟିମ । ଅବସର ପାଇଁ ଥିଲା ମାତ୍ର ୭ ଦିନ । ବାବୁଙ୍କୁ ଘାରିଥିଲା ଟଙ୍କା ଅସତ ଉପାର୍ଜନର ନିଶା । ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟ କରୁଥିବା କଣ୍ଟ୍ରାକ୍ଟର ଲାଞ୍ଚୁଆ ବାବୁ ପ୍ରସନ୍ନ ପଟ୍ଟନାୟକଙ୍କୁ ନେଇ ଅତିଷ୍ଟ ହୋଇପଡିଥିଲେ । ବିଲ କରାଇ ଦେବା ପାଇଁ କଣ୍ଟ୍ରାକ୍ଟର ତ୍ରିନାଥ ନାୟକଙ୍କ ଦାବି କରିଥିଲେ ୩ ଲକ୍ଷ ଟଙ୍କା ।
୨ଲକ୍ଷ ଟଙ୍କା ଦେବା ପାଇଁ ମୁଲଚାଲ କରି ରାୟଗଡ ସହରର କତୁର ଠାରେ ଥିବା ବାସଭବନରେ ଦେଉଥିଲେ ଟଙ୍କା । ପୂର୍ବରୁ ଏ ନେଇ ଭିଜିଲାନ୍ସ ଟିମକୁ ଅବଗତ କରାଇଥିଲେ । ଘର ପାଖରେ ଛପିଥିଲା ୧୦ଜଣିଆ ଟିମ । ରଙ୍ଗ ବୋଳା ଟଙ୍କା ନେବା ବେଳେ ମାଡି ବସିଲେ ଅଧିକାରୀ । ବାବୁଙ୍କ ଘରୁ ବାହାରିଥିଲା ମୋଟ ୫ଲକ୍ଷ ଟଙ୍କା । ରାତିରେ ହିଁ ଉଠାଇନେଲା ଭିଜିଲାନ୍ସ ଟିମ । ଧରାପଡିବା ପରେ ୪ଟି ସ୍ଥାନରେ ଭିଜିଲାନ୍ସ ଛାପା ମାରିଛି। ରାୟଗଡ ସମେତ ନୟାଗଡ଼, ଏବଂ ଭୁବନେଶ୍ୱରର ୨ଟି ସ୍ଥାନରେ ତଦନ୍ତ ଚାଲିଥିବା ବିଭାଗ ପକ୍ଷରୁ ଜଣାପଡିଛି ।
