୨୬ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟର ସ୍ପର୍ଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସ୍ଥିତି ଅନୁକୂଳ ଥିବାରୁ ମଙ୍ଗଳବାର ସମସ୍ତ ଜିଲାକୁ ମୌସୁମୀ ପ୍ରବେଶ କରିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହା ପ୍ରଭାବରେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ତେବେ କଟକ, ରାୟଗଡ଼ା, କୋରାପୁଟ, ଗଜପତି ଏବଂ ନୟାଗଡ଼ ଜିଲାକୁ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଅନ୍ୟପକ୍ଷରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଜୁନ୍‌ ୨୫ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା କ୍ରମଶଃ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ସେହିପରି ୨୯ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଓ ଜୁଲାଇ ୨ରୁ ୪ ତାରିଖ ମଧ୍ୟରେ ଏହା ଲଘୁଚାପର ରୂପ ନେଇପାରେ। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।ମୌସୁମୀ ବର୍ଷା ସହ କୋହଲା ପାଗ ଯୋଗୁ ରାଜ୍ୟରେ ତାପମାତ୍ରା କମିବା ସହ ଥଣ୍ଡା ବାୟୁ ପ୍ରବାହିତ ହେଉଛି। ମ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଲି ବିଧାନସଭା, ଆଜି ବସିଲା ସର୍ବଦଳୀୟ ବୈଠକ 🔴 ଭୁବନେଶ୍ୱରରେ ବିଗିଡିଲା ବାୟୁର ମାନ 🔴 ଦିଲ୍ଲୀରେ ବିଷାକ୍ତ ହେଲା ବାୟୁ 🔴 ଭୂକମ୍ପରେ ଥରିଲା ଜାପାନ 🔴 ଭୂକମ୍ପରେ ଥରିଲା ଜାପାନ 🔴 ଦୀପାବଳୀ ପରେ ବଢିବ ଶୀତ 🔴 ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଗଞ୍ଜାମ ଲୋକଙ୍କ ପାଇଁ ସହାୟତା ଲୋଡ଼ିଲେ ଜିଲ୍ଲାପାଳ 🔴 ଦୁର୍ନୀତି ବିରୋଧରେ କଠୋର ହେଲେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏସିଏସ 🔴 ୪୬ ଦିନ ପରେ ଖୋଲିଲା କଳିଙ୍ଗା ଘାଟି 🔴 ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ 🔴 କାଲି ବିଧାନସଭା, ଆଜି ବସିଲା ସର୍ବଦଳୀୟ ବୈଠକ 🔴 ଭୁବନେଶ୍ୱରରେ ବିଗିଡିଲା ବାୟୁର ମାନ 🔴 ଦିଲ୍ଲୀରେ ବିଷାକ୍ତ ହେଲା ବାୟୁ 🔴 ଭୂକମ୍ପରେ ଥରିଲା ଜାପାନ 🔴 ଭୂକମ୍ପରେ ଥରିଲା ଜାପାନ 🔴 ଦୀପାବଳୀ ପରେ ବଢିବ ଶୀତ 🔴 ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଗଞ୍ଜାମ ଲୋକଙ୍କ ପାଇଁ ସହାୟତା ଲୋଡ଼ିଲେ ଜିଲ୍ଲାପାଳ 🔴 ଦୁର୍ନୀତି ବିରୋଧରେ କଠୋର ହେଲେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏସିଏସ 🔴 ୪୬ ଦିନ ପରେ ଖୋଲିଲା କଳିଙ୍ଗା ଘାଟି 🔴 ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ