Masthead

ଜୀବନ ନେଇଗଲା ମଙ୍ଗେତର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସୋନମ୍ ପରି ବାହାରିଲେ ସିଆ । ଜବୀନ ସାଥୀ ତ ବନାଇଲେନି କିନ୍ତୁ ଜୀବନ ନେଇଗଲେ ସିଆ । ମହାରାଷ୍ଟ୍ରର ପୁଣେ ସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳି ଲୋହଗଡ କିଲ୍ଲାରେ ଜୁନ୍ ୧୮ ତାରିଖରେ ୨୬ ବର୍ଷୀୟ ବ୍ୟବସାୟୀ କେତନ ବିଶାଲ ଅଗ୍ରୱାଲଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । । ଯାହା ତାଙ୍କ ପରିବାରକୁ ଗଭୀର ଆଘାତ ଦେଇଛି । ପ୍ରାରମ୍ଭିକ ସୂଚନା ଅନୁସାରେ ଏହାକୁ ଏକ ଦୁର୍ଘଟଣା ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, କେତନ ପାହାଡ ଉପରେ ଫଟୋ ଉଠାଉଥିବା ବେଳେ ଖାଇକୁ ଖସିପଡିଥିଲେ ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡୁଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡୁଛି କି ହତ୍ୟାକାଣ୍ଡ କରାଯାଇଥାଇ ପାରେ । ତଦନ୍ତରୁ ଜଣା ପଡିଥିଲା ଏହା ଏକ ଷଡଯନ୍ତ୍ର ବୋଲି । ତଦନ୍ତରୁ ଯାହା ଜଣାପଡିଛି କି କେତନଙ୍କ ବାନ୍ଧବି ସିଆ ଗୋୟଲ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ଯାହାକୁ ନେଇ ଏବେ ପ୍ରଶ୍ନ, ମଙ୍ଗେତର ସିଆଙ୍କ ସହ ଅନ୍ୟ କେହି ସାମିଲ ହତ୍ୟାକାଣ୍ଡରେ ଥିଲେ କି? ନା ଘଟଣାରେ ଆଉ କାହାର ରହିଛି ହାତ ।

ସିସିଟିଭି ଫୁଟେଜରୁ କେତନଙ୍କ ମୃତ୍ୟୁ ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଯୁବକ ପୁଲିସକୁ କହିବା ଅନୁସାରେ , ଜୁନ୍ ୧୮ ତାରିଖରେ କେତନ ତାଙ୍କ ମଙ୍ଗେତର ସିଆ ଗୋୟଲଙ୍କ ସହ ଲୋହଗଡ କିଲ୍ଲାକୁ ଟ୍ରେକିଂ ପାଇଁ ଆସିଥିଲେ । ତଦନ୍ତ ସମୟରେ ଟିକେଟ୍ କାଉଣ୍ଟର ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରିଥିଲା ପୋଲିସ । ଭିଡିଓରେ କେତନ ଏବଂ ବାନ୍ଧବି ସିଆ ଏକା ସାଙ୍ଗରେ ଚାଲୁଥିବା ଜଣାପଡିଥିଲା । କିନ୍ତୁ ସେମାନଙ୍କ ପଛରେ କିଛି ମିଟର ଦୂରତାରେ ଆଉ ଜଣେ ଯୁବକ ମଧ୍ୟ ତାଙ୍କୁ ପିଛା କରୁଥିବାର ଦୃଶ୍ୟରୁ ଜଣାପଡିଛି । ଏହି ଯୁବକ ଜଣଙ୍କୁ ନେଇ ପୁଲିସ୍ର ସନେ୍ଦହ ପ୍ରକଟ କରିଥିଲା । ୩୩ ଡିଗ୍ରୀ ଗରମରେ ଯୁବକ ଜଣକ ହୁଡି ପିନ୍ଧିଥିବା ବେଳେ ମୁହଁରେ କଳା କପଡା ଗୁଡାଇଥିଲେ । ଯାହା ପାଇଁ ପୋଲିସ ତାକୁ ଚିହ୍ନଟ କରିବାରେ କଷ୍ଟକର ଥିଲା । ତଦନ୍ତରେ ଅଗ୍ରଗତି ପରେ ପୁଲିସ ଜାଣିବାକୁ ପାଇଥିଲା କି ସେହି ଯୁବକ ଚେତନ ଚୌଧୁରୀ ଥିଲେ । ଘଟଣାର ତଦନ୍ତ ସମୟରେ କଲ୍ ଡିଟେଲ୍ ଯାଞ୍ଚରୁ ଜଣାପଡିଥିଲା କି ସିଆ ଏବଂ ଚେତନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ନିରନ୍ତର ସମ୍ପର୍କ ରହିଥିଲା ।

ପୁଲିସ ଉଭୟଙ୍କ ମଧ୍ୟରେ ହଜାର ହଜାର ଫୋନ୍ କଲ୍ ସହ ଘଣ୍ଟାଘଣ୍ଟା ଧରି ଚାଲିଥିବା କଥାବାର୍ତ୍ତା ର ରେକର୍ଡ ପାଇଥିଲା । ଆଉ ସେଥିରୁ ଜଣା ପଡିଥିଲା କି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାର । ପୁଲିସର ତଦନ୍ତ ସମୟରେ ଉଭୟଙ୍କୁ ପଚରାଉଚରା ବେଳେ ସିଆ ସବୁ ସତକଥା ମାନିଥିଲା । ପୂର୍ବରୁ ମଧ୍ୟ ଅନେକ ଥର କେତନଙ୍କୁ ଲୋହାଗଡ କିଲ୍ଲାକୁ ନେବାକୁ ଚେଷ୍ଟା କରିଥିବା ସ୍ୱିକାର କରିଥିଲେ । ପୁଅର ମୃତ୍ୟୁକୁ ନେଇ ପରିବାର ଲୋକେ କହିଛନ୍ତି ଯେ, ଜୁନ୍ ୧୪ ତାରିଖରେ ମଧ୍ୟ ସେ କେତନକୁ ସେଠାକୁ ନେଇଥିଲେ । ସେଠାରେ ହିଁ ଆମ ପୁଅକୁ ଠେଲି ଦେବା ପାଇଁ ଚେଷ୍ଟା କରାଯାଇଥିଲା । କିନ୍ତୁ ସେ ରକ୍ଷା ପାଇ ଯାଇଥିଲେ । ଏହାର କିଛି ଦିନ ପରେ ଦ୍ୱିତୀୟ ଚେଷ୍ଟାରେ ସିଆ ତାଙ୍କୁ ହତ୍ୟା କରିଦେଇଥିବା ଅଭିଯୋଗ ରହିଛି । ବର୍ତ୍ତମାନ ପୁଲିସ୍ ସିଆ ଗୋୟଲ ଓ ଚେତନ ଚୌଧୁରୀଙ୍କୁ ହତ୍ୟା ଏବଂ ଅପରାଧୀ ଷଡଯନ୍ତ୍ର ଅଭିଯୋଗରେ ଗିରଫ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ୫ ଦଫା ଦାବିରେ ଗୁଡାରି ବନ୍ଦ,  ୧୨ ଘଣ୍ଟିଆ ବନ୍ଦରେ ଜନଜୀବନ ପ୍ରଭାବିତ   🔴 ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ମହିଳା କ୍ରିକେଟ୍ ଟିମ୍‌ର ବଡ଼ ସଫଳତା 🔴 PEOଙ୍କ ଘରୁ ମିଳିଲାଣି ୨ଲକ୍ଷ ୯୮ ହଜାର ଟଙ୍କା 🔴 ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ଟିମ୍, ୧୨୦୦ କେଜି ଗଞ୍ଜେଇ ଜବତ  🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ୫ ଦଫା ଦାବିରେ ଗୁଡାରି ବନ୍ଦ,  ୧୨ ଘଣ୍ଟିଆ ବନ୍ଦରେ ଜନଜୀବନ ପ୍ରଭାବିତ   🔴 ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ମହିଳା କ୍ରିକେଟ୍ ଟିମ୍‌ର ବଡ଼ ସଫଳତା 🔴 PEOଙ୍କ ଘରୁ ମିଳିଲାଣି ୨ଲକ୍ଷ ୯୮ ହଜାର ଟଙ୍କା 🔴 ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ଟିମ୍, ୧୨୦୦ କେଜି ଗଞ୍ଜେଇ ଜବତ  🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି