Masthead

ତାଣ୍ଡବ ପାଇଁ ଗିରଫ ହେବେ ମେକର୍ସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ତାଣ୍ଡବ କରିଚାଲିଛି ତାଣ୍ଡବ । ତାଣ୍ଡବର ତାଣ୍ଡବ ଥମିବାର ନାଁ ଧରୁନି । ଦିନକୁ ଦିନ ନୂଆ ମାମଲା ସାମ୍ନାକୁ ଆସୁଛି । ଚାରିଆଡୁ ଏହି ୱେବସିରିଜକୁ ନେଇ ବିବାଦ ଜାରି ରହିଛି । ସବୁଠି ଚାଲିଛି ବିକ୍ଷୋଭ ପ୍ରଦର୍ଶନ । ହିନ୍ଦୁ ୱେବସିରିଜ ନାଁରେ ୬ଟି ସହରରେ ଏଫଆଇଆର୍ ରୁଜୁ ହୋଇଛି । ଏନେଇ ଉତ୍ତର ପ୍ରଦେଶ ପୋଲିସ ମୁମ୍ବାଇରେ ପହଞ୍ଚିଛି । ୱେବସିରିଜ ମେକର୍ସ ତଥା ନିର୍ଦ୍ଦେଶକଙ୍କୁ ପଚରାଉଚରା କରିବା ପାଇଁ ଲକ୍ଷେ୍ନାର ହଜରତଗଂଜରୁ ୪ଜଣ ପୋଲିସ ଅଧିକାରୀ ମୁମ୍ବାଇରେ ଆସି ଡେରା ପକାଇଇନ୍ତି । ଏମାନେ ୱେବସିରିଜର ନିର୍ମାତା ଅଲ୍ଲୀ ଅବାସ ଜାଫର, ଆମାଜନ ମୁଖ୍ୟ ଅପର୍ଣ୍ଣା ପୁରୋହିତ, ପ୍ରଯୋଜକ ହିମାଂଶୁ କିଶନ ମେହେରା ଏବଂ ଲେଖକ ଗୌରବ ସୋଲଙ୍କଙ୍କୁ ପଚରାଉଚରା କରିବେ ।

ଏଭଳି ସ୍ଥିତିରେ ୱେବସିରିଜ ନାଁରେ ଯେଉଁସବୁ ସଙ୍ଗୀନ ମାମଲା ରୁଜୁ ହୋଇଛି ତାକୁ ଦେଖିଲେ ତାଣ୍ଡବର ମେକର୍ସ ଗିରଫ ହେବା ନେଇ ସମ୍ଭାବନା ବଢିଯାଇଛି । ସେପଟେ ୱେବସିରିଜରେ ଥିବା ବିବାଦୀୟ ଦୃଶ୍ୟ ଏବଂ ଡାଏଲଗରେ ପରିବର୍ତନ କରାଯିବ । ଏନେଇ ପ୍ରଯୋଜକ ସଂସ୍ଥା କହିଛି ଯେ, ଖୁବଶୀଘ୍ର ୱେବ-ସିରିଜରେ ପରିବର୍ତନ କରିବାକୁ ଯାଉଛନ୍ତି ।

ଏନେଇ ସିରିଜର ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜାଫର କହିଛନ୍ତି, ତାଙ୍କ ମନରେ ଦେଶବାସୀଙ୍କ ଭାବନା ପ୍ରତି ଯଥେଷ୍ଟ ସମ୍ମାନ ରହିଛି । ତାଙ୍କର ଲକ୍ଷ୍ୟ କୌଣସି ଜାତି, ଧର୍ମ, ସମ୍ପ୍ରଦାୟ, ରାଜନୈତିକ ଦଳ, ଜୀବିତ ବା ମୃତ ବ୍ୟକ୍ତିଙ୍କ ଭାବନାକୁ ଆଘାତ କରିବା ନୁହେଁ । ଏହି ମାମଲାରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟରୁ ମିଳିଥିବା ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛୁ । ଯଦି ୱେବ-ସିରିଜରେ କୌଣସି ବ୍ୟକ୍ତିଙ୍କୁ ଆଘାତ ଦେଇଛି ତେବେ ସେମାନେ ପୁଣିଥରେ କ୍ଷମା ମାଗୁଛନ୍ତି । ୯ଟି ଏପିସୋଡ ବିଶିଷ୍ଟ ଏହି ୱେବସିରିଜ ରିଲିଜ ହେବା ପରେ ବିବାଦ ଘେରରେ ରହିଚାଲିିଛି । ଚାରିଆଡୁ ଏହାକୁ ବିରୋଧ କରାଯାଉଛି । ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଭଳି ୬ଟି ସହରରେ ଏନେଇ ମାମଲା ରୁଜୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା