Masthead

ପାଠ୍ୟପୁସ୍ତକରେ ମହାବିଭ୍ରାଟ, ତଦନ୍ତ କମିଟିର ପୂରୁଛି କଣ୍ଟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପାଠ୍ୟପୁସ୍ତକରେ ମହାବିଭ୍ରାଟ, ତଦନ୍ତ କମିଟିର ପୂରୁଛି କଣ୍ଟ । ହେଲେ ବହିରେ ତ୍ରୁଟି ସଂଖ୍ୟାରେ କମିବାର ନାମ ଧରୁନି । ୨୫ଶହ ଏହି ସଂଖ୍ୟା ପାର କରିଥିବା ବେଳେ ତ୍ରୁଟିକୁ ସଂଶୋଧିତ କରାଯାଇ ନୂଆ କରିବାକୁ ନିଦେ୍ଦର୍ଶ ରହିଥିବା ବେଳେ ସଂଶୋଧିତ ତାଲିକାରେ ବି ଭୁଲ । ଏପଟେ ତଦନ୍ତ କମିଟିର ସମୟ ସରିବାକୁ ଯାଉଥିବା ବେଳେ ଅଧିକାରୀଙ୍କୁ ମାରାଥନ ଜେରା, ବିଭାଗରେ ଘନଘନ ଚଢାଉ କରୁଛନ୍ତି ଡିସିଙ୍କ ଟିମ । ଉନ୍ନୟନ କମିଶନରଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ଯାଉଛନ୍ତି ବହିତ୍ରୁଟି ରିପୋର୍ଟ । ସେଥିପାଇଁ ଆଜି ଲୋକସେବା ଭବନ ଠାରୁ ଆରମ୍ଭ କରି ଗଣଶିକ୍ଷା ବିଭାଗ, ଏସସିଇଆରଟି, ଓସେପା ଏବଂ ଛପା କାରଖାନରେ ଲାଗିଥିଲା ଗହଳ ଚହଳ । ରିପୋର୍ଟ ଖୁବଶୀଘ୍ର ଦିଆଯିବ, ଦିଆଯିବ କହି ଖସିଯାଇଥିଲେ ତଦନ୍ତ କମିଟି ସଦସ୍ୟ ।

ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବା ପୂର୍ବରୁ ଉନ୍ନୟନ କମିଶନର ତାଙ୍କ ଟିମକୁ ଧରି ଗଣଶିକ୍ଷା ବିଭାଗର ସଚିବ, ଓସେପା ନିଦେ୍ର୍ଦଶକ, ଏସସିଇଆରଟି ନିଦେ୍ର୍ଦଶିକା, ଛପା କାରଖାନାର ବରିଷ୍ଟ ଅଧିକାରୀଙ୍କୁ କରିଥିଲେ ପଚରାଉଚରା । ଏମିତିକି ସମୀକ୍ଷକ, ସମ୍ପାଦକ, ସଂଯୋଜକଙ୍କ ସହ ଅନ୍ୟ ମଣ୍ଡଳୀଙ୍କ ସହ କରିଥିଲେ ଆଲୋଚନା । କିପରି ଏମିତି ହେଲା ତ୍ରୁଟି? କାହିଁକି ଜାଣିପାରିଲେ ନାହିଁ? ନିଜେ ପ୍ରସ୍ତୁତ କରିଥିଲେ ନା ଆଉ କିଏ? କୃତିମ ବୁଦ୍ଧିମତାର ନେଇଥିଲେ କି ସାହାଯ୍ୟ? ଏପରି ଅନେକ ପ୍ରଶ୍ନ କରିଥିଲା ତଦନ୍ତ କମିଟି । ଯାହାର ସମ୍ମୁଖୀନ ହୋଇଥିଲେ ଏହି ପଣ୍ଡିତଗଣ । କାହିଁକି ନା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ହାତରେ ମାତ୍ର ଆଉ କେଇ ଘଣ୍ଟା ରହିଛି ଏମାନଙ୍କ ବିରୋଧରେ ଆକ୍ସନ ନେବାକୁ । ଘଟଣା ଦିନଠାରୁ ବିଭାଗ ଏବଂ ପଣ୍ଡିତଗଣଙ୍କ ଉପରେ ଖପ୍ପା ରହିଛନ୍ତି ସିଏମ । ଆଉ ଡିସିଙ୍କ ଟିମ୍ ରିପୋର୍ଟ ପହଞ୍ଚିବା ମାତ୍ରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଆସିବ କାର୍ଯ୍ୟାନୁଷ୍ଠାନର ଖବର । ଯାହା ଉପରେ ଏବେ ସାରା ରାଜ୍ୟର ନଜର ରହିଛି । ଯେହେତୁ ଏମାନଙ୍କ ଭୁଲ୍ ପାଇଁ ଆଜି ଓଡ଼ିଶାର ଭବିଷ୍ୟତ ଅନ୍ଧକାରରେ ପଡିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଠ୍ୟପୁସ୍ତକରେ ମହାବିଭ୍ରାଟ, ତଦନ୍ତ କମିଟିର ପୂରୁଛି କଣ୍ଟ 🔴 ଜୀବନ ନେଇଗଲା ମଙ୍ଗେତର 🔴 IPL ବେଟିଂ, ହୋଟେଲ୍‌ ମାଲିକ ଗିରଫ 🔴 SCERT କାର୍ଯ୍ୟାଳୟରେ ତଦନ୍ତ କମିଟି ସଦସ୍ୟ 🔴 ପୁରୀ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ 🔴 ୨୬ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା 🔴 ଛାତ୍ରଛାତ୍ରୀଙ୍କୁ ଠକେଇ ଅଭିଯୋଗରେ ଜଣେ ଗିରଫ 🔴 ଇସ୍ତଫା ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ… 🔴 ଲକ୍ଷ୍ନୌ ଭୟାବହ ଅଗ୍ନିକାଣ୍ଡ ମାମଲା, କିଏ ଅସଲ ଦୋଷି ? 🔴 ପାଠ୍ୟପୁସ୍ତକରେ ମହାବିଭ୍ରାଟ, ତଦନ୍ତ କମିଟିର ପୂରୁଛି କଣ୍ଟ 🔴 ଜୀବନ ନେଇଗଲା ମଙ୍ଗେତର 🔴 IPL ବେଟିଂ, ହୋଟେଲ୍‌ ମାଲିକ ଗିରଫ 🔴 SCERT କାର୍ଯ୍ୟାଳୟରେ ତଦନ୍ତ କମିଟି ସଦସ୍ୟ 🔴 ପୁରୀ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ 🔴 ୨୬ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା 🔴 ଛାତ୍ରଛାତ୍ରୀଙ୍କୁ ଠକେଇ ଅଭିଯୋଗରେ ଜଣେ ଗିରଫ 🔴 ଇସ୍ତଫା ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ… 🔴 ଲକ୍ଷ୍ନୌ ଭୟାବହ ଅଗ୍ନିକାଣ୍ଡ ମାମଲା, କିଏ ଅସଲ ଦୋଷି ?