Before Header

ପୁଣି ବ୍ଲାକ ସିରେ ଆମେରିକାର ଡ୍ରୋନ ସର୍ଭେଲାନ୍ସ ମିଶନ

0 23

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ପୁଣି ଋଷ-ଆମେରିକା ମଧ୍ୟରେ ହେବ ଟକ୍କର । ବ୍ଲାକ ସିରେ ଡ୍ରୋନ ସର୍ଭେଲାନ୍ସ ମିଶନ ଆରମ୍ଭ କଲା ଆମେରିକା । ଋଷିଆ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ବିବାଦ ଥମିବାର ନାଁ ନେଉନି । ଆମେରିକା ବ୍ଲାକ ସି ଉପରେ ପୁଣି ଥରେ ସର୍ଭେଲାନ୍ସ ଡ୍ରୋନ ଉଡାଇବା ଆରମ୍ଭ କରିଛି । ସୂଚନା ଅନୁସାରେ, ମଙ୍ଗଳବାର ଆମେରିକାର ଡ୍ରୋନକୁ ରୁଷିଆର ଏକ ଯୁଦ୍ଧ ଜେଟ ଖସାଇ ଦେଇଛି ।

ଏହାପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିଯାଇଛି । ଏବେ ଉତ୍ତେଜନାକୁ ଆହୁରି ବଢାଇଦେଇଛି ଆମେରିକାର ପୁଣି ଡ୍ରୋନ ସର୍ଭେଲାନ୍ସ । ଆମେରିକା ଅଧିକାରୀ କହିଛନ୍ତି, ଏକ ଆରକ୍ୟୁ-୪ ଗ୍ଲୋବାଲ ହକ ଏହି ଅଞ୍ଚଳରେ ଏକ ମିଶନ ପାଇଁ ଉଡାଣ କରିଥିଲେ ।

Leave A Reply

Your email address will not be published.