କଲିକତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ଘଟଣା ସାରା ଭାରତକୁ ସ୍ତବ୍ଧ କରିଦେଇଛି । ନିର୍ମାଣଧୀନ ଗୋଦାମ ଗୃହ ଭୁଶୁଡି ପଡିଛି । ଭଙ୍ଗା କୋଠା ତଳେ ଚାପି ହୋଇଯାଇଛନ୍ତି ୫୦ରୁ ୬୦ଜଣ କାର୍ଯ୍ୟରତ ଶ୍ରମିକ । କୋଲକତାର ତାରାତଲା ଅଞ୍ଚଳରେ ବୁଧବାର ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ସେଠାରେ ଏକ ନିର୍ମାଣାଧୀନ ଗୋଦାମ ଭୁଶୁଡି ପଡିବାରୁ ୨୦ରୁ ଅଧିକ ଆହାତ ହୋଇଥିବା ବେଳେ ୩ରୁ ଅଧିକ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଆହୁରି ଅନେକ ଶ୍ରମିକ ଭୁଶୁଡି ଥିବା ଗୋଦାମ ତଳେ ଫଶି ରହିଥିବା ଆଶଙ୍କା କରାଯାଉଛି । ଯାହାଙ୍କୁ ଉଦ୍ଧାର କରାଯିବା ପାଇଁ ଉଦ୍ୟମ ଜାରି ରହିଛି । ଉଦ୍ଧାର ଲୋକଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ବୋଲି ଜଣାପଡିଛି । ସୂଚନା ଅନୁସାରେ ଭୁଶୁଡି ଥିବା ଗୋଦାମ ତଳେ ଫସିଥିବା ଲୋକମାନଙ୍କୁ ଖୋଜି ବାହାର କରିବା ପାଇଁ ସେନା, ଏନଡିଆରଏଫ, ପୁଲିସ, ଅଗ୍ନିଶମ ଏବଂ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟକୁ ଜୋରଦାର କରିଛନ୍ତି । ଆହାତ ମାନଙ୍କୁ ଚିକିତ୍ସା ପାଇଁ ପଶ୍ଚିମବଙ୍ଗର ଏସ୍ଏସ୍କେଏମ୍ (SSKM) ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଦୁର୍ଘଟଣାର ଖବର ପାଇବା ପରେ ତର୍ତକାଳ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ।
