Masthead

ମୋବଇଲ ପାଇଁ ଏତେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୋବାଇଲ ଦେଖାକୁ କେନ୍ଦ୍ର କରି ନାବଳକର ଆତ୍ମହତ୍ୟା । ବାପାଙ୍କ ମୃତ୍ୟୁକୁ ବର୍ଷେ ପୂରିନି ଏବେ ପୁଅ ବିଷ ପିଇ ଆତ୍ମହତ୍ୟା କରିଛି । ଆଉ ପୁଅର ଆତ୍ମହତ୍ୟା ଖବର ଶୁଣି ଗୁରୁତର ଅବସ୍ଥାରେ ମାଆଙ୍କ ଚାଲିଛି ଚିକିତ୍ସା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଜଗତପୁର ଥାନା ତ୍ରିଲୋଚନପୁର ପଂଚାୟତ ହାତୀଖାନା ଗ୍ରାମରେ। ମୃତ ନାବାଳକ ଛାତ୍ର ହେଲେ ସ୍ଵର୍ଗତ ସୁଦାସ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁତ୍ର ଆୟୁଷ୍ମାନ ସାହୁ। ବୟସ ମାତ୍ର ୧୫ ବର୍ଷ । ଆୟୁଷ୍ମାନ ଦଶମ ଶ୍ରେଣୀର ଛାତ୍ର । ତେବେ ବାପାଙ୍କ ପ୍ରଥମବାର୍ଷିକ ଶ୍ରାଦ୍ଧ ଥିବାରୁ ଆୟୁଷ୍ମାନ ସ୍କୁଲ ନଯାଇ ଘରେ ଥିଲେ ଏବଂ ମୋବାଇଲ ଦେଖିବାରେ ବ୍ୟସ୍ତ ଥିଲେ ।

ମୋବାଇଲ ଦେଖିବା ପାଇଁ ମାଆଙ୍କ ବାରଣ ପରେ ଆୟୁଷ୍ମାନ ବିରକ୍ତି ପ୍ରକାଶ କରିଥିଲେ । ରାଗରେ ଉତକ୍ଷିପ୍ତ ହୋଇ ଘର ଥିବା କୀଟନାଶକ ଔଷଧ ପିଇ ଦେଇଥିଲେ । ପରିବାର ଲୋକେ ଆୟୁଷ୍ମାନକୁ ଘରେ ପଡିଥିବା ଦେଖି ପ୍ରଥମେ ଜଗତପୁର ସ୍ଥିତ ଘରୋଇ ହସ୍ପିଟାଲ ଭର୍ତ୍ତ କରିଥିଲେ । ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ପୁଅର ମୃତ୍ୟୁ ଖବର ପାଇ ମାଆ ମଧ୍ୟ ବିଷ ପିଇଦେଇଥିଲେ। ସ୍ଥାନୀୟ ଲୋକେ ମାଆକୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଇଥିଲେ । ଅନ୍ୟପଟେ ଜଗତପୁର ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି । ଆୟୁଷ୍ମାନର ମୃତଦେହକୁ ଜବତ କରି ଶବବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚାଲୁରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି