ମୋବଇଲ ପାଇଁ ଏତେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୋବାଇଲ ଦେଖାକୁ କେନ୍ଦ୍ର କରି ନାବଳକର ଆତ୍ମହତ୍ୟା । ବାପାଙ୍କ ମୃତ୍ୟୁକୁ ବର୍ଷେ ପୂରିନି ଏବେ ପୁଅ ବିଷ ପିଇ ଆତ୍ମହତ୍ୟା କରିଛି । ଆଉ ପୁଅର ଆତ୍ମହତ୍ୟା ଖବର ଶୁଣି ଗୁରୁତର ଅବସ୍ଥାରେ ମାଆଙ୍କ ଚାଲିଛି ଚିକିତ୍ସା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଜଗତପୁର ଥାନା ତ୍ରିଲୋଚନପୁର ପଂଚାୟତ ହାତୀଖାନା ଗ୍ରାମରେ। ମୃତ ନାବାଳକ ଛାତ୍ର ହେଲେ ସ୍ଵର୍ଗତ ସୁଦାସ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁତ୍ର ଆୟୁଷ୍ମାନ ସାହୁ। ବୟସ ମାତ୍ର ୧୫ ବର୍ଷ । ଆୟୁଷ୍ମାନ ଦଶମ ଶ୍ରେଣୀର ଛାତ୍ର । ତେବେ ବାପାଙ୍କ ପ୍ରଥମବାର୍ଷିକ ଶ୍ରାଦ୍ଧ ଥିବାରୁ ଆୟୁଷ୍ମାନ ସ୍କୁଲ ନଯାଇ ଘରେ ଥିଲେ ଏବଂ ମୋବାଇଲ ଦେଖିବାରେ ବ୍ୟସ୍ତ ଥିଲେ ।

ମୋବାଇଲ ଦେଖିବା ପାଇଁ ମାଆଙ୍କ ବାରଣ ପରେ ଆୟୁଷ୍ମାନ ବିରକ୍ତି ପ୍ରକାଶ କରିଥିଲେ । ରାଗରେ ଉତକ୍ଷିପ୍ତ ହୋଇ ଘର ଥିବା କୀଟନାଶକ ଔଷଧ ପିଇ ଦେଇଥିଲେ । ପରିବାର ଲୋକେ ଆୟୁଷ୍ମାନକୁ ଘରେ ପଡିଥିବା ଦେଖି ପ୍ରଥମେ ଜଗତପୁର ସ୍ଥିତ ଘରୋଇ ହସ୍ପିଟାଲ ଭର୍ତ୍ତ କରିଥିଲେ । ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ପୁଅର ମୃତ୍ୟୁ ଖବର ପାଇ ମାଆ ମଧ୍ୟ ବିଷ ପିଇଦେଇଥିଲେ। ସ୍ଥାନୀୟ ଲୋକେ ମାଆକୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଇଥିଲେ । ଅନ୍ୟପଟେ ଜଗତପୁର ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି । ଆୟୁଷ୍ମାନର ମୃତଦେହକୁ ଜବତ କରି ଶବବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚାଲୁରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ