ଉଦଳା (ବଡ଼ ଖବର ବ୍ୟୁରୋ): ବୁଡ଼ିଲା ଅସ୍ଥାୟୀ ପୋଲ ଧୋଇଗଲା ରାସ୍ତା। ଲଗାଣ ବର୍ଷା କାରଣରୁ ଫୁଲିଛି ଦେଓ ନଦୀ। ଦେଓ ନଦୀ ଫୁଲିବା ଫଳରେ ଉଦଳା – ବାଲେଶ୍ୱର ରାସ୍ତାର କଇଁସାରି ଠାରେ ଥିବା ଅସ୍ଥାୟୀ ପୋଲ ଉପରେ ୬ ଫୁଟ ରୁ ଅଧିକ ପାଣି ପ୍ରବାହିତ ହେବା ସହିତ ବୁଡ଼ିଯାଇଛି । ପୋଲ ଆଉ ପୋଲ ଉଭୟ ପାର୍ଶ୍ଵର ରାସ୍ତା ଧୋଇ ହୋଇଯାଇଛି। ଯାହା ଫଳରେ ଉଦଳା – ବାଲେଶ୍ୱର ଯୋଗାଯୋଗ ବିଛିନ୍ନ ହୋଇଛି ।
ଏହା ସହିତ ଉଦଳା ଏବଂ ଗୋପବନ୍ଧୁ ନଗର ବ୍ଲକ ପ୍ରାୟ ୮ ପଞ୍ଚାୟତ ମଧ୍ୟରେ ଯୋଗାଯୋଗ ଠପ ହୋଇଛି। ଧୀରେ ଧୀରେ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ସ୍ଥିତି ଗମ୍ଭୀର ହେବାର ସମ୍ଭାବନା ଦେଖାଦେଇଛି । ପୋଲ ବୁଡିବା ଆଉ ରାସ୍ତା ଧୋଇବା ଫଳରେ ଏହି ରାସ୍ତାରେ ଯାତାୟାତ ବନ୍ଦ ହୋଇଛି । ଯାହା ଫଳରେ ଲୋକେ ୨୫ କିଲୋମିଟର ବୁଲି ଅନ୍ୟ ରାସ୍ତାରେ ଯାଉଛନ୍ତି।
