Masthead

ବାଚସ୍ପତି ଓ ସାଂସଦଙ୍କୁ ଅଟକ, ପୋଡ଼ି ଦେଲେ ନିଜ ଦଳର ପତାକା

ବିଜେଡିର ଗୋଷ୍ଠୀକନ୍ଦଳ

ଦିଗପହଣ୍ଡି(ବଡ଼ ଖବର ବ୍ୟୁରୋ): ପଦାରେ ପଡ଼ିଛି ବିଜେଡିର ଗୋଷ୍ଠୀକନ୍ଦଳ। ପଞ୍ଚାୟତ ଓ ପୌର ନିର୍ବାଚନ ଆଗରୁ ଗଞ୍ଜାମ ଜିଲ୍ଲାରେ ବାଚସ୍ପତିଙ୍କ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ବିଜେଡରେ ଗୋଷ୍ଠୀକନ୍ଦଳ ଦେଖାଦେଇଛି।ଅସନ୍ତୁଷ୍ଟ ଗୋଷ୍ଠୀମାନେ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ଡ.ସୂର୍ଯ୍ୟନାରାୟଣ ପାତ୍ର ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିରୋଧ କରିବା ସହ ଘେରି ରଖିଥିଲେ। ଖାଲି ଏତିକି ନୁହେଁ, କିଛି କର୍ମୀ ଦଳୀୟ ପତାକାକୁ ପୋଡ଼ି ଦେଇଥିଲେ। ସ୍ଥିତି ଏମିତି ହୋଇଥିଲା, ଦୁଇ ଘଣ୍ଟା ଧରି ଅସନ୍ତୁଷ୍ଟ ଗୋଷ୍ଠୀର କବ୍‌ଜାରେ ରହିଥିଲେ ବାଚସ୍ପତି ଓ ସାଂସଦ। ତେବେ ହେବାକୁ ଥିବା ମିସନ୍ ଶକ୍ତି କୋଠା ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବାତିଲ୍ କରି ଉଭୟେ ଫେରି ଆସିଥିଲେ।

ବାଚସ୍ପତି ଦୁଇଦିନିଆ ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଚୌଧୁରୀଟିକରପଡ଼ା ଗ୍ରାମ ବଡ଼ସାହିରେ ମିସନ୍ ଶକ୍ତି କୋଠା ଉଦ୍ଘାଟନ ପାଇଁ ବାଚସ୍ପତି ଓ ସାଂସଦ ପହଞ୍ଚିଥିଲେ। କିନ୍ତୁ ସେମାନେ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ରୋଷର ଶିକାର ହୋଇଥିଲେ। ୨ଘଣ୍ଟା ଧରି ଗ୍ରାମର ବହୁ ସଂଖ୍ୟକ ଅସନ୍ତୁଷ୍ଟ ବିଜେଡି କର୍ମୀ ବାଚସ୍ପତିଙ୍କ କାର୍ ଆଗରେ ବସି ରହି ପ୍ରତିବାଦ କରିଥିଲେ। ସାଂସଦଙ୍କୁ ବି ଘେରିଥିଲେ।

କିଛି ଯୁବ ବିଜେଡି କର୍ମୀ ଉତ୍ତେଜିତ ହୋଇ ବାଚସ୍ପତିଙ୍କ ସହ ଶୋଭାଯାତ୍ରାରେ ଆସିଥିବା ଦଳୀୟ କର୍ମୀଙ୍କ ଠାରୁ ପତାକା ଛଡ଼ାଇ ଚିରିବା ସହ ପୋଡ଼ି ଦେଇଥିଲେ। ସ୍ମାର୍ଟ କ୍ଲାସ୍ରୁମ୍ ଏବଂ ନବନିର୍ମିତ ମିସନ୍ ଶକ୍ତି କୋଠା ଉଦ୍ଘାଟନ କରିବାକୁ ଅସନ୍ତୁଷ୍ଟ ବିଜେଡି କର୍ମୀ ଓ ନେତୃବୃନ୍ଦ ବାଚସ୍ପତି ଏବଂ ସାଂସଦଙ୍କୁ ଗାଁ ଭିତରକୁ ଛାଡ଼ି ନଥିଲେ। ଶେଷରେ ନିଜେ ବାଚସ୍ପତି କାର୍ୟ୍ୟକ୍ରମକୁ ବାତିଲ୍ ଘୋଷଣା କରିଥିଲେ।

ବିଜେଡି ଜିଲ୍ଲା ଉପସଭାପତି ବି.କ୍ରିଷ୍ଣାରାଓ ସୁବୁଦ୍ଧି, ବ୍ଲକ୍ ଉପାଧ୍ୟକ୍ଷା ପ୍ରତିନିଧି ଏମ୍.ନିରଞ୍ଜନ ରେଡ୍ଡୀ, ଚିକିଟି ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଓ କେ.ନୂଆଗାଁ ଥାନାଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ଅସନ୍ତୁଷ୍ଟ ବିଜେଡି କର୍ମୀ ଓ ନେତୃବୃନ୍ଦଙ୍କୁ ବୁଝାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଗ୍ରାମରେ ପଞ୍ଚାୟତ କାର୍ଯ୍ୟାଳୟ ଦ୍ବାରା ନବନିର୍ମିତ କୋଠା ଏବଂ ଚେକ୍ ଡ୍ୟାମ୍କୁ ବାଚସ୍ପତି ଉଦଘାଟନ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ